ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର:ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଯାହ ଫଳରେ ରାଜ୍ୟରେ କୋହଲା ପାଗ ସହ ଝିପ୍ ଝିପ୍ ବର୍ଷା ଲାଗିରହିଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଶ୍ରୀଲଙ୍କା ଉପକୂଳ ମଧ୍ୟ ଦେଇ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ନିମ୍ନ ଚାପରେଖା ଲମ୍ବିଛି । ତେଣୁ ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ , ମାଲକାନଗିରି , ରାୟଗଡା , କନ୍ଧମାଳ , କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହ ସହ ରାଜ୍ୟରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଏହାର ପ୍ରଭାବରେ ଗତକାଲି ଠାରୁ ରାଜ୍ୟରେ ଶୀତର ପ୍ରଭାବ ମଧ୍ୟ ବଢ଼ିଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ଥିବାବେଳେ ଟିଟିଲାଗଡରେ ୧୪.୮ ଡିଗ୍ରୀ , ଫୁଲବାଣୀରେ ୧୫ ଡିଗ୍ରୀ ଏବଂ ବଲାଙ୍ଗିରରେ ୧୪.୨ ଡିଗ୍ରୀ ରହିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସ୍ଵାଭାବିକରୁ ୩ରୁ ୪ ଡିଗ୍ରୀ ତଳକୁ ଖସିବ। ଏହା ପ୍ରଭାବରେ ରାଜ୍ୟରେ କ୍ରମଶଃ ଶୀତ ଅନୁଭବ ହେବ ବୋଲି ଆଶା କରାଯାଉଛି।