ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା ( ଓଏଏସ୍ ) ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ତଥା ପୁରୀରେ ବିସ୍ଥାପନ ଓ ଥଇଥାନ ଲାଗି ନିୟୋଜିତ ହୋଇଥିବା ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶଙ୍କୁ ବିଏମସି ଅତିରିକ୍ତ ଆୟୁକ୍ତ ଭାବେ ମଙ୍ଗଳବାର ନିଯୁକ୍ତ କରାଯାଇଛି । ସେହିପରି ଇସ୍ପାତ ଓ ଖଣି ବିଭାଗ ଯୁଗ୍ମସଚିବ କାହ୍ନୁଚରଣ ମଲ୍ଲିକଙ୍କୁ ବିଏମସିର ଉପାଯୁକ୍ତ ଭାବେ ନିଯୁକ୍ତ କରାଯାଇଥିବାବେଳେ ସମ୍ବିତ କୁମାର ରାଉତଙ୍କୁ ବ୍ରହ୍ମପୁର ମହାନଗରର ଅତିରିକ୍ତ ଆୟୁକ୍ତ ଭାବେ ଏବଂ ରଞ୍ଜନ କୁମାର ବିଶ୍ବାଳଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ( ବିଡ଼ିଏ ) ର ସଚିବ ଭାବେ ନିଯୁକ୍ତ କରାଯାଇଛି ।