ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ସାତ ଦିନ ହେବ ଚାଲିପାରୁନି ବିଧାନସଭା । ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି ବିରୋଧୀ। ତେବେ ଏହି ମମିତା ମେହେର ଘଟଣାକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଥିଲା ବିଜେପି ଯୁବମୋର୍ଚ୍ଚା । ବିଧାନସଭା ଆଗକୁ ମାଡି ଯାଇଥିଲା ସହ ସହ କର୍ମୀ । ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଗକୁ ଯିବାକୁ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ମାଡ କରିଥିବା ବେଳେ ବିଜେପି କର୍ମୀ ଢେଲାପଥର ମାଡ କରିଥିଲେ । ଫଳରେ ଲୋୟର ପିଲଏମଜି କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଯାଇଥିଲା । ଏଥିରେ କିଛି ପୋଲିସ କର୍ମଚାରୀଙ୍କ ସମେତ ଆନ୍ଦୋଳନକାରୀ ଆହତ ହୋଇଥିବା ଜଣାପଡିଛି।(ରିର୍ପୋଟ:ଆଶିଷ କୁମାର ରାଉତ)