ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଡ଼ି.ଏ.ଭି. ପବ୍ଲିକ ସ୍କୁଲ୍ କଳିଙ୍ଗନଗର , ଭୁବନେଶ୍ୱରରେ ମଙ୍ଗୀତ ଶିକ୍ଷାକ ରୂପେ କାର୍ଯ୍ୟ କରୁଥିବା ତଥା ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତ ବିଶ୍ୱରେ ପାରି ପ୍ରତିଷ୍ଠା ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ଯୁବ କଣ୍ଠଶିଳ୍ପୀ ମାନଙ୍କୁ ନେଇ ଏକ ବିଶ୍ବ ସଙ୍ଗୀତ ବା ୱାର୍ଲ୍ ପିସ୍ ଆନ୍ଥେମ୍ ନିର୍ମାଣ କରିଛନ୍ତି ।
ଯାହାର ମୂଖ୍ୟ ଲକ୍ଷ୍ୟ , ବିଶ୍ବରୁ ହିଂସା , ଦ୍ବେଷ ଓ ଯୁଦ୍ଧଖୋର ନିଶା ପ୍ରତିଯୋଗିତାକୁ ଦମନ କରି , ବିଶ୍ବରେ ସୁଖ , ଶାନ୍ତି ମୈତ୍ରୀ , ପ୍ରିତୀ ଓ ଭାଇଚାରା ସୃଷ୍ଟି କରିବା । ଏଥି ସହିତ ବିଶ୍ବ ଶିଶୁ ସମାଜରେ ନୈତିକ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ବ ଦେବା ଆଜିର ପରିସ୍ଥିତିରେ ବିଶ୍ବକୁ ଏକ ଆହ୍ୱାନ । ୧୯୯୯ ମସିହାରେ ଏହି ବିଶ୍ବ ସଙ୍ଗୀତ ର ପରିକଳ୍ପନା କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର । ତିନୋଟି ବିଷୟବସ୍ତୁ ଉପରେ ବିଶେଷ ଭାବେ ପ୍ରଭାବିତ ହୋଇ ବିଶ୍ଵ ସଙ୍ଗୀତ ନିର୍ମାଣର ଖୋରାକ ପାଇଥିଲେ ରାଜକିଶୋର । ସନ୍ଥ କବି ଭୀମ ଭୋଇଙ୍କ ରଚିତ କବିତା ” ପ୍ରାଣୀଙ୍କ ଆଗତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଆର ଜଗତ ଉଦ୍ଧାର ହେଉ। ରାଜକିଶୋରଙ୍କ ମତରେ ୟୁ.ଏନ ର ଗୋଟିଏ ଗୀତ ଅଛି ଯାହାକୁ ଆମେ ୟୁଏନ ସଙ୍ଗ ବୋଲି କହିଥାଉ , ହେଲେ ୟୁଏନକୁ ଆମେ ବିଶ୍ୱ ବୋଲି କହିପାରିବା ନାହିଁ । କାରଣ ୟୁଏନ ବାହାରେ ମଧ୍ୟ ଅନେକ ଦେଶ ଅଛି ଅର୍ଥାତ୍ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ରର ମଙ୍ଗଳ ନିମନ୍ତେ ବା ପ୍ରତ୍ୟେକ ରାଷ୍ଟ୍ରଙ୍କୁ ନେଇ ଯେଉଁ ସଙ୍ଗୀତ ନିର୍ମାଣ ହେବ ତାହାକୁ ଆମେ ” ବିଶ୍ବ ଆନ୍ଥେମ୍ ’ , ‘ ବିଶ୍ବ ସଙ୍ଗୀତ ” ବା ‘ ବିଶ୍ବଗାନ ’ ମଧ୍ୟ କହିପାରିବା। ବିଶ୍ଵରେ ଅନେକ ଶାନ୍ତି ସଙ୍ଗୀତ ଅଛି ବୋଧ ହୁଏ ” ଆନ୍ଥେମ ” ନାହିଁ । ତେଣୁ ଏହି ସଙ୍ଗୀତଟି ବିଶ୍ୱର ପ୍ରଥମ ବିଶ୍ଵ ସଙ୍ଗୀତ ବା ୱାର୍ଲ୍ଡ ଆନ୍ଥେମ ବୋଧହୁଏ ହୋଇପାରେ ।(ରିର୍ପୋଟ:ଆଶିଷ କୁମାର ରାଉତ)