ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର:ଯାଜପୁରର ଗର୍ବ ଏବଂ ଗୌରବ ପଦ୍ମଶ୍ରୀ ଗୁରୁ ତଥା ବିଶିଷ୍ଟ ସମାଜସେବୀ ନନ୍ଦ କିଶୋର ପୃଷ୍ଟିଙ୍କ ୧୦୪ ବର୍ଷରେ ଦେହାନ୍ତ ପରେ ଅନ୍ତିମ ସଂସ୍କାର ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ସ୍ମଶାନରେ ସମ୍ପନ୍ନ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ସମ୍ମାନ ସହ ଏହି ଶେଷ କୃତ୍ୟ କରାଯାଇଛି। ଏହି ସମୟରେ କୋଭିଡ କଟକଣା ଭିତରେ ପରିବାର ଲୋକଙ୍କ ଉପସ୍ଥିତରେ ଶେଷ କୃତ୍ୟ କରାଯାଇଛି। ସାନପୁଅ ନିରଂଜନ ପୃଷ୍ଟି ମୁଖାଗ୍ନି ଦେଇଛନ୍ତି। ଶେଷକୃତ୍ୟ ସମୟରେ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ, ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ରାହୁଲ ପିଆରଙ୍କ ସମେତ ବହୁ ସରକାରୀ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ।(ରିର୍ପୋଟ:ବିଭୂଦତ୍ତ ପୃଷ୍ଟି)