ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପ୍ରତିବର୍ଷ ଶୀତ ଋତୁରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭାରତ ତଥା ଭାରତ ବାହାରୁ ଲକ୍ଷାଧିକ ଲୋକ କିଟ୍ ଓ କିସ୍ କୁ ଆସିଥାନ୍ତି । ବର୍ତ୍ତମାନ କରୋନା ପାଇଁ ଏହି ପ୍ରକ୍ରିୟା କ୍ରମଶ ଧିମା ପଡ଼ିଥିଲେ ମଧ୍ୟ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ କିଟ୍ ଓ କିସ୍କୁ ଦେଶ ଓ ବିଦେଶରୁ ଖେଳାଳି , କୋଚ୍ ଓ ଅଫିସିଆଲଙ୍କ ଯିବାଆସିବା ଓ ରହଣି ଜାରି ରହିଛି । ଚଳିତ ବର୍ଷ ନଭେମ୍ବର ଓ ଡିସେମ୍ବରରେ ଭାରତର ବିଭିନ୍ନ ସ୍ଥାନ ସମେତ ବିଶ୍ଵରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଖେଳାଳି , କୋଚ୍ ଓ ଅଫିସିଆଲ୍ କିଟ୍ ଓ କିସ୍କୁ ଆସିଛନ୍ତି । ସମ୍ପ୍ରତି କିଟ୍ – କିସ୍ରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା , ତାଲିମ୍ ଓ ଚୟନ ଶିବିର ଚାଲୁ ରହିଛି । ସେଥିମଧ୍ୟରୁ ମାଳଦ୍ଵୀପ ଭଲିବଲ ଦଳର କୋଚିଂ ଶିବିର , ବିସିସିଆଇ ୧୯ ବର୍ଷରୁ କମ୍ କୁଚ ବେହାର ଟ୍ରଫି ୨୦୨୧ – ୨୨ ( ପ୍ଲେଟ୍ ଗ୍ରୁପ୍ ) , ଜାତୀୟ ରଗ୍ବୀ ୭ – ଏସ୍ ଚାମ୍ପିଅନ୍ଶିପ୍ ( ବରିଷ୍ଠ ଓ କନିଷ୍ଠ ) , ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ୍ , ସର୍ବଭାରତୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ସନ୍ତରଣ ( ପୁରୁଷ ଓ ମହିଳା ) , ଚତୁର୍ଥ ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିଅନ୍ଶିପ୍ ( ପୁରୁଷ ଓ ମହିଳା ) ପୂର୍ବାଞ୍ଚଳ ଆନ୍ତଃ ବିଶ୍ଵବିଦ୍ୟାଳୟ ପୁରୁଷ ଫୁଟବଲ୍ , ସର୍ବଭାରତୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ଯୋଗ ( ପୁରୁଷ ଓ ମହିଳା ) , ସର୍ବଭାରତୀୟଆନ୍ତଃଜୋନ୍ ଟେନିସ୍ ( ପୁରୁଷ ) , ପୂର୍ବାଞ୍ଚଳ ଜାତୀୟ ବାସ୍କେଟ୍ବଲ୍ ଚାମ୍ପିଅନ୍ଶିପ୍ , ଜାତୀୟ ବରିଷ୍ଠ ଓ କନିଷ୍ଠ ଭାରୋତ୍ତୋଳନ ଚାମ୍ପିଅନ୍ଶିପ୍ ,ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ ( ମହିଳା ) , ପୂର୍ବାଞ୍ଚଳ ଆନ୍ତଃବିଶ୍ବବିଦ୍ୟାଳୟ ଟେବୁଲ୍ ଟେନିସ୍ ( ମହିଳା ) , ଜାତୀୟ ବିଦ୍ୟାଳୟ ଚେସ୍ ଚାମ୍ପିଅନ୍ଶିପ୍ ( ବାଳକ ଓ ବାଳିକା ) , ରାଜ୍ୟ ଆଥଲେଟିକ୍ ପ୍ରତିଯୋଗିତା ( ପୁରୁଷ ଓ ମହିଳା ) ଆଦିରେ ଯୋଗ ଦେବାକୁ ଏହି ଖେଳାଳି ଓ ଅଫିସିଆଲ୍ ଆସୁଛନ୍ତି । ତେବେ କରୋନା ମହାମାରୀ ସମୟରେ ମଧ୍ୟ କିଟ୍ କିସ୍କୁ ୨୦ ହଜାରରୁ ଊର୍ଦ୍ଧ୍ବ ଖେଳାଳି ଓ ଅଫିସିଆଲ୍ ଆସିପାରୁଛନ୍ତି । ଏଥିରେ କିଟ୍ – କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ . ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଓଡ଼ିଶାକୁ ଏମାନଙ୍କ ଆଗମନ ପର୍ଯ୍ୟଟନକୁ ଆହୁରି ଋଦ୍ଧିମନ୍ତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।