ସନଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର:ନଦୀ ଆଉ ସାଗର ର ମିଳନ କଥା ତ ଆପଣ ଖୁବ ଶୁଣିଥିବେ ହେଲେ ଏହାର ଦୃଶ୍ୟ କେବେ ଦେଖିଛନ୍ତି କି? ଏପରି ରୋମାଞ୍ଚକ ଏବଂ ତୃପ୍ତିକର ଦୃଶ୍ୟ ଦେଖଲେ ଆପଣଙ୍କର ହୃଦୟ ପୁରି ଯିବ। ଯେତେ ମନୋହରା ଏହି ଦୃଶ୍ୟ ସେତିକି ମନୋଲୋଭା ମଧ୍ୟ । ଏହି ଦୃଶ୍ୟକୁ ଯେତେ ଦେଖିଲେ ଭି ମନ ଭରିବ ନାହିଁ। ଠିକ ଏହି ପରି ଏକ ଦୃଶ୍ୟ କଏଦ ହୋଇଛି କ୍ୟାମେରା ଲେନ୍ସରେ। ବାତ୍ୟା ଜଓ୍ବାଦ ପାଇଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲା। ଲଗାଣ ବର୍ଷା ପାଇଁ ଫୁଲି ଉଠିଛି ଜଳସ୍ତର।ତେବେ ବଙ୍ଗୋପସାଗରରେ ୠଷିକୂଲ୍ୟା ନଦୀର ମିଳନ ସ୍ଥଳ ପାଲଟିଛି। ଗଞ୍ଜାମ ଜିଲ୍ଲା ବନଖଣ୍ଡ ଅଧିକାରୀ ଟ୍ବିଟ କରି ପୋଷ୍ଟ କରିଛନ୍ତି ଏହି ଦୃଶ୍ୟର ଏକ ଭିଜୁଆଲ।