ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ:ବିଜେଡିର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାର ସାଂସଦ ମାନେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଛନ୍ତି। ପୀୟୁଷ ଗୋୟଲ ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହସହ ଦାବି କରିଛନ୍ତି ଯେ ଏଫସିଆଇ ଓଡିଶାରୁ ପାରବୋଏଲ୍ଡ ଚାଉଳ କ୍ରୟ ଜାରି ରଖୁ ।ଏହାସହ ବିଭିନ୍ନ ଚାଷୀମାନଙ୍କ ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା। ଏବଂ ସେ ଏହି ପ୍ରସଙ୍ଗରେ ମାନ୍ୟବର ମନ୍ତ୍ରୀ ଦୃଷ୍ଟି ଦେବେ ବୋଲି ନିଶ୍ଚିତ କରିଛନ୍ତି।