ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରାପଡା:ଚାଷୀଙ୍କ ସୁନାର ଫସଲ କୁ ଉଜାଡି ଦେଲା ବାତ୍ୟା ଯୱାଦ।ପ୍ରବଳ ବର୍ଷାରେ ବିଲରେ ଭାସୁଛି ପାଚିଲା ଧାନ,ବାତ୍ୟା ଯୱାଦ ସିନା ଚାଲି ଗଲା କିନ୍ତୁ ପ୍ରବଳ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଅଞ୍ଚଳରେ ଏବେ ହଜାର ହଜାର ହେକ୍ଟର ଚାଷ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହରୀ ଭାଙ୍ଗୁଛି। ବର୍ତ୍ତମାନ ଜମିରେ ପାଚିଲା ଧାନ ସୋଇ ଥିବାରୁ ଚିନ୍ତାରେ କେନ୍ଦ୍ରାପଡ଼ା ଚାଷୀ । ରାଜନଗର, ପଟ୍ଟାମୁଣ୍ଡାଇ,ମହାକାଳପଡ଼ା, ଗରଦପୁର,ମାର୍ଶାଘାଇ, ଡେରାବିଂଶ,ଆଦି ବ୍ଲକରେ ବର୍ଷାର ପରିମାଣ ଅଧିକ ହୋଇ ଥିବାରୁ ଯାହା ଫଳରେ ଧାନଚାଷ,ପରିବାର ଚାଷ ଆଦି ବ୍ୟାପକ କ୍ଷୟକ୍ଷତି ହୋଇ ଥିବାର ଦେଖିବାକୁ ମିଳୁଛି । ଅନେକ ଚାଷ ଜମିରେ ଜଳ ନିଷ୍କାସନ ପାଇଁ ସୁବିଧା ନଥିବାରୁ ଚାଷୀ ମାନଙ୍କର ଚିନ୍ତାର କାରଣ ପାଲଟିଛି । ଚାଷୀଙ୍କ ସୁନାର ଫସଲକୁ ବାତ୍ୟାର ବର୍ଷାପାଣି ଏବେ ଅମଳ କରିବା ସମୟରେ ବୁଡାଇ ରଖିଛି । ବୁଡି ରହିଥିବା ଧାନ ଗଜା ହୋଇଥିବାର ଦୃଶ୍ୟଦେଖି ଚିନ୍ତା ରେ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ। ଏପରି କି ବିଲରେ ପାଚିଲା ଧାନ ସବୁ ପଡି ରହିଥିବା ବେଳେ ବର୍ଷାଯୋଗୁ ଏହାସବୁ କ୍ଷୟକ୍ଷତି ହୋଇ ଥିବାର ଦେଖିବାକୁ ମିଳୁଛି। ପ୍ରବଳ ବର୍ଷାର ପାଣିରେ ବିଲରେ ଧାନ ପଡ଼ି ପଚି ଯିବାରୁ ଚାଷୀ ଟିଏ ହଜାର ହଜାର ଟଙ୍କା ସମବାୟ ସମିତିରୁ ଋଣ ଓ ଧାର କରଜ କରି କରିଥିବା ଚାଷ ଏବେ ଅମଳ ସମୟରେ ପାଣିରେ ବୁଡି ନଷ୍ଟ ହୋଇ ଯାଇଥିବାରୁ କିପରି ଋଣ ଓ ଧାର କରଜ ସୁଝିବେ ସେହି ଚିନ୍ତରେ ପଡି ଯାଇଛନ୍ତି ଚାଷୀ । କାହିଁକି ନାଁ ଚାଷୀ ତାର ଫସଲକୁ ଅମଳ କରି ମଣ୍ଡିରେ ବିକି ତାର ଋଣ ଓ ଧାର କରଜକୁ ସୁଝିଥାଏ ,ହେଲେ ଏବେ ବାତ୍ୟା ର ବର୍ଷା ପାଣି ଚାଷୀଙ୍କ ବର୍ଷକର ଆହାରକୁ ମଧ୍ୟ ଧୋଇନେଇ ଯାଇଥିବା ବେଳେ ଏବେ ସେମାନେ କିପରି ତାଙ୍କ ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ମଧ୍ୟ ପଡ଼ିଛନ୍ତି ଚାଷୀ । ତେଣୁ ସରକାର ପ୍ରଶାସନିକ ଅଧିକାରୀ ଙ୍କ ଜରିଆରେ ଚାଷୀ ମାନଙ୍କର କ୍ଷୟ କ୍ଷତିର ସଠିକ୍ ଆକଳନ କରି ସେମାନଙ୍କୁ ସଠିକ୍ କ୍ଷତି ପୂରଣ ଦେବା ପାଇଁ ସେମାନେ ସରକାରଙ୍କୁ ଗୁହାରି କରିଛନ୍ତି ।(ରିର୍ପୋଟ:ଆରଏସଏକେ)