ସନଷ୍ଟାର ଟିଭି ବ୍ୟୁରୋ
କେରଳ :ରବିବାର ଦିନ କେରଳ ସ୍ୱାସ୍ଥ୍ୟ ବିଭାଗ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଗଣମାଧ୍ୟମକୁ ସର୍ବସାଧାରଣରେ କଥା ହେବା ପୂର୍ବରୁ ଡାକ୍ତରୀ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ବିଭାଗର ଅନୁମତି ଆବଶ୍ୟକ କରନ୍ତି।
କେରଳ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭି କେ ରାଜୁଙ୍କ ଦ୍ବାରା ଜାରି କରାଯାଇଥିବା ଏକ ଆଦେଶରେ କହିଛନ୍ତି ଯେ ଗଣମାଧ୍ୟମ ସହିତ ସୂଚନା ବାଣ୍ଟିବାରେ ଡାକ୍ତରୀ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସତର୍କ ରହିବା ଆବଶ୍ୟକ। ଜରୁରୀକାଳୀନ ପରିସ୍ଥିତିରେ ଯେଉଁଠାରେ ସୂଚନା ପ୍ରଦାନ କରିବା ଆବଶ୍ୟକ, ସେମାନେ ତଥ୍ୟର ଯାଞ୍ଚ କରିବା ଆବଶ୍ୟକ ଏବଂ ବିଭାଗ ତରଫରୁ ଅନୁମୋଦନ ପାଇବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ବିଜ୍ଞପ୍ତିରେ ଏହା ମଧ୍ୟ ଦର୍ଶାଯାଇଛି ଯେ ବିଭାଗର ଦୈନନ୍ଦିନ ସମ୍ପର୍କ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ନ୍ୟୁଜ୍ ପ୍ଲାଟଫର୍ମରେ ପ୍ରକାଶିତ କିଛି ସୂଚନା ପ୍ରାମାଣିକ ନୁହେଁ। ଏଥିରେ କୁହାଯାଇଛି ଯେ ଏଭଳି ଖବର ପ୍ରକାଶ କରିବା ଦ୍ୱାରା ବିଭାଗର କାର୍ଯ୍ୟ ସମ୍ବନ୍ଧରେ ଲୋକଙ୍କୁ ବିଭ୍ରାନ୍ତ କରାଯିବ ଏବଂ ରୋଗ ବିସ୍ତାରକୁ ନେଇ କଳଙ୍କ ସୃଷ୍ଟି ହେବ ତେଣୁ କେଉଁ ସମ୍ପର୍କରେ କଣ ସୂଚନା ଦିଆଯାଉଛି ତାହା ଗଣମାଧ୍ୟମ ଦ୍ବାରା ଲୋକଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଏହାକୁ ଯାଞ୍ଚ କରାଯିବା ଆବଶ୍ୟକ।ବର୍ତ୍ତମାନ ସମୟରେ ଲୋକ ମାନଙ୍କ ମଧ୍ୟରେ ଭୁଲ ଖବର ପ୍ରସାର କରି ତାଙ୍କ ମଧ୍ୟରେ ଆତଙ୍କ ନ ସୃଷ୍ଟି କରିବାକୁ ଆଦେଶ ଦିଆଯାଇଛି।