ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରୁ ଟଳିଲା ବାତ୍ୟା ଜଓ୍ବାଦର ଭୟ କିନ୍ତୁ ଛାଡି ଦେଇଗଲା ଦୁଃଖ। ଲଘୁଚାପ ଏବଂ ସାମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟରେ ବର୍ଷା ଏବଂ ପବନ ଜାରି ରହିଲା। ଚାଷ ଜମିରେ ଥିବା ଧାନ ପବନ ମାଡରେ ନଇଁ ଯିବା ସହ ବର୍ଷ ପାଣିରେ ପଚି ନଷ୍ଟ ହୋଇଯାଇଛି। ଯାହ ପାଇଁ ବର୍ତ୍ତମାନ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। ବାଦଲଫଟା ବର୍ଷା ପାଇଁ ଉପକୂଳ ଜିଲ୍ଲା ଗୁଡିକ ଚାଷୀ ମାନଙ୍କର ରବି ଓ ଖରିଫ ଫସଲ ଉଜାଡି ହୋଇ ଯାଇଛି। ଚାଷୀର ବର୍ଷକର ପାରିଶ୍ରମ ସହ ଦାନା ପାଣି ଛଡାଇ ନେଇଛି ବାତ୍ୟା ଜଓ୍ବାଦ। ପାଚିଲା ଧାନ ଜମିରେ ପଡିଛି। କୋବି ଠାରୁ ଆରମ୍ଭ କରି ବିରି ଚଣା ସବୁ କିଛି ନଷ୍ଟ। ତେବେ ଗୋଟିଏ ଚାଷୀ ନାନା କଷ୍ଟ ସହି ଚାଷ ଜମିରେ ତାଙ୍କ ଜୀବନ ବିଞ୍ଚି ଦେଇଥାଏ। ତେବେ ଦି ଇଟା ଭଲ ପଇସା ରୋଜଗାର ଲକ୍ଷ୍ୟରେ ଚାହିଁ ବସିଥାଏ ଚାଷୀ। କିନ୍ତୁ ବର୍ତ୍ତମାନ ଧାତ ଗୋଡ ଜାକିଛି ରହିଛି ଚାଷୀ। ଆତ୍ମହତ୍ୟା ଛଡା ଆଉ କିଛି ଉପାୟ ଦିଶୁ ନାହିଁ ଚାଷୀ ମାନଙ୍କୁ ଯାହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀ ଆତ୍ମହତ୍ୟ କଥା ସାମ୍ନାକୁ ଆସୁଛି। ତେବେ ବର୍ତ୍ତମାନ ପ୍ରଶାସନର ହାତକୁ ଅନାଇ ବସିଛନ୍ତି ଚାଷୀ।