ସନଷ୍ଟାର ଟିଭି ବ୍ୟୁରୋ
ମହାରାଷ୍ଟ୍ର:ଏକ ରିପୋର୍ଟରେ କୁହାଯାଇଛି ଯେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଘଟିଛି ଏକ ନିନ୍ଦନୀୟ ଘଟଣା। ପରିବାରର ସହମତି ବିନା ଜଣେ ପୁରୁଷଙ୍କୁ ବିବାହ କରିବା ପାଇଁ ଦେବାକୁ ପଡିଲା ଜୀବନ। ରବିବାର ଦିନ ଜଣେ ୧୯ ବର୍ଷିୟା ବୟସ୍କା ଗର୍ଭବତୀ ମହିଳାଙ୍କ ମା ଏବଂ ତାଙ୍କ ଭାଇ ମିଶି ପୀଡିତା ମୁଣ୍ଡ କାଟି ଦେଇଥିବାର ଅଭିଯୋଗ ହୋଇଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ୩୮ ବର୍ଷ ବୟସ୍କା ମା ଏବଂ ୧୮ ବର୍ଷର ଭାଇ ପୀଡିତାଙ୍କୁ ହତ୍ୟା କରିବା ପରେ ପୀଡିତାଙ୍କ ମୁଣ୍ଡକୁ ଟାଣି ନେଇ ମହିଳାଙ୍କ ପଡ଼ୋଶୀମାନଙ୍କ ନିକଟରେ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।
ନ୍ୟୁଜ୍ ଏଜେନ୍ସି ପୋଲିସର ଉଦାହରଣ ଦେଇ କହିଛି ଯେ ସେମାନେ ମହିଳାଙ୍କ ପଡୋଶୀମାନଙ୍କୁ ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅ ତାଙ୍କର ବିନା ଅନୁମତିରେ ବିବାହ କରିଛନ୍ତି। ମୃତକଙ୍କ ମା ଏବଂ ଭାଇ ତାଙ୍କର କଟାମୁଣ୍ଡ ସହ ସେଲିଫ ମଧ୍ୟ ନେଇଥିବାର ସୂଚନା ଅଛି। ଏଏନଆଇର କହିବା ଅନୁଯାୟୀ ମୃତକଙ୍କ ମା ଏବଂ ଭାଇ ମହିଳାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଆସିଥିଲେ। ତେଣୁ ତାଙ୍କର ସ୍ୱାମୀ ତାଙ୍କ ଭାଇ ଏବଂ ମା ଙ୍କ ସହ ବ୍ୟକ୍ତିଗତ ଭାବରେ କଥା ହେବାକୁ ସେ କୋଠରୀ ଛାଡି ବାହାରକୁ ଚାଲିଯାଇଥିଲେ। ତେବେ ଏହି ଖାଲି ସମୟର ସୁବିଧା ଉଠାଇବାକୁ ଯାଇ ପୀଡିତାର ଭାଇ ଏକ ତୀକ୍ଷ୍ଣ ଧାତୁରେ ପୀଡିତାଙ୍କର ମୁଣ୍ଡକୁ ଆଘାତ ଦେଇ ପରେ ତାର ବେକ କୁ କାଟିଦେଇଥିଲେ।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାମୀ ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ବେଳେ ପୀଡିତାଙ୍କ ଭାଇ ତାଙ୍କ ମୁଣ୍ଡ କାଟି ଦେଇଥିବାର ଅଭିଯୋଗ ହୋଇଛି। ତେବେ ଏହାକୁ ଦେଖି ଭୟବିତ ହୋଇ ପୀଡିତାଙ୍କ ସ୍ୱାମୀ ମଧ୍ୟ ଘରୁ ପଳାଇ ଯାଇଥିଲେ।
ସୂଚନାମୁତାବକ ମାଆ ଓ ଭାଇ ଭିରଗାଁଓ୍ବ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରି ଅପରାଧ ସ୍ୱୀକାର କରିଛନ୍ତି। ସେମାନଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।