ସନଷ୍ଟାର ଟିଭି ବ୍ୟୁରୋ
ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ସହକାରି ଉଦ୍ୟାନ ନିର୍ଦେଶକ ପ୍ରଶାନ୍ତ କୁମାର ଖଟୁଆ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହେବା ପରେ ପ୍ରଶାନ୍ତ କୁମାର ଖଟୁଆ ଙ୍କୁ ମାଲକାନଗିରି ଜିଲ୍ଲା ଉଦ୍ୟାନ ବିଭାଗ ରେ ତାଙ୍କୁ ଅବସ୍ଥାପିତ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରି ଙ୍କ ବିନା ଅଗୋଚରରେ ସେ କାର୍ଯ୍ୟାଳୟ ଛାଡି କୁଆଡେ ଯାଇପାରିବେ ନାହିଁ। ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ନିଆଯିବା ପରେ ଗୁଣୁପୁର ଉଦ୍ୟାନ ବିଭାଗ କୁ ରାୟଗଡା ଅତିରିକ୍ତ ଉଦ୍ୟାନ ନିର୍ଦେଶକ ଜଗନ୍ନାଥ ବିନ୍ଦିଆଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଥିବା ଜଣାପଡିଛି। ନୁତନ ଅଧିକାରି କାର୍ଯ୍ୟରେ ଯୋଗଦାନ ଦେବା ଯାଏ ଜଗନ୍ନାଥ ବିନ୍ଦିଆ ଏହି ଦାୟିତ୍ବ ତୁଲାଇବା ବୋଲି ଜଣାପଡିଛି। ସୁଚନା ମୁତାବକ ଗତ ତିନି ବର୍ଷଧରି ଖଟୁଆ ଉଦ୍ୟାନ ବିଭାଗ ରେ ଆଶାନୁତିତ ଭାବେ କାର୍ଯ୍ୟ ନକରି ବିଫଳ ହେବାରୁ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ହୋଇଥିବା ଜଣାପଡୁଛି।
( ରିପୋର୍ଟ :ସୁରେନ୍ଦ୍ର ମହାନ୍ତି)