ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘର ଦାବୀ ଉପରେ ଗୁରୁତ୍ବାରୋପ କରାଯାଇ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ସଚିବସ୍ତରୀୟ ବୈଠକ ଲୋକସେବା ଭବନର ବିଭାଗୀୟ ଦପ୍ତରରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସବୁଜପତ୍ରିକାଧାରୀ ମା’ମାନଙ୍କର ଦାବୀ ଉପରେ ଗୁରୁତ୍ବାରୋପ କରି ଦାବୀଗୁଡ଼ିକୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗମାନଙ୍କ ମାଧ୍ୟମରେ କିପରି କାର୍ଯ୍ୟକାରୀ କରାଯାଇପାରିବ ତାହା ଉପରେ ବିଚାର ବିମର୍ଷ କରିବେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ସଭାନେତ୍ରୀ ଲକ୍ଷ୍ମୀ ଦେବୀ , ସମ୍ପାଦିକା ସସ୍ମିତା ଘୋଷ , କୋଷାଧ୍ୟକ୍ଷା ମଞ୍ଜୁଳା ମହାପାତ୍ର , ଉପସଭାନେତ୍ରୀ ସରୋଜିନୀ ଭଟ୍ଟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।