ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଇଏମଡି ସୂଚନା ଅନୁସାରେ ବିଶାଖାପାଟନମ ଠାରୁ ୨୧୦ କିମି, ଗୋପାଳପୁର ଠାରୁ ୩୨୦ କିମି, ପୁରୀରୁ ଠାରୁ ୩୯୦, ପାରାଦୀପ ଠାରୁ ୪୭୦ କିମି ଦୂରରେ ରହିଛି ବାତ୍ୟାର ଅବସ୍ଥିତି। ଘଣ୍ଟା କୁ ୬ କିମି ବେଗରେ ବାତ୍ୟା ଗତି କରୁଛି । ମଧ୍ୟରାତ୍ରରୁ ଉତ୍ତର ପଶ୍ଚିମ ଦିଗକୁ ରିକ୍ରଭିଁ କରିବ । ଆସନ୍ତା ମଧ୍ୟାହ୍ନ ବେଳଠୁଁ ପୁରି ଉପକୂଳରେ ପହଞ୍ଚିବ । ବର୍ତ୍ତମାନ ଏହାର ବେଗ ଏବଂ ତୀବ୍ରତା ହ୍ରାସ ପାଉଛି। ପୁରୀରେରେ ପହଞ୍ଚିଲା ବେଳକୁ ଏହା ଅବପାତରେ ପରିଣତ ହେବ । ଘଣ୍ଟାକୁ ୬୦ ରୁ ୭୦ କିମି ରେ ପବନ ବହିବ । ତେବେ ଏହା ସ୍ଥଳଭାଗକୁ ଛୁଇଁ ପୁଣି ସମୁଦ୍ରକୁ ଚାଲିଯିବ । ତେବେ ଏହା ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶ ଆଡକୁ ଯିବ । ରିକର୍ଭ କରି ବେଗ କମିବ । ଗଞ୍ଜାମ, ପୂରୀ, ଜଗତସିଂହପୁର, ଖୋର୍ଦ୍ଧାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ସୂଚନା ଦିଆଯାଇଛି । ୨୦୦ମିମି ବର୍ଷା ଭୁବନେଶ୍ୱରରେ ହୋଇପାରେ । ଭିତ୍ତି ଭୂମି କ୍ଷତି ହେବାର ସମ୍ଭାବନା କମ ରହିଛି । କିନ୍ତୁ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବ । ଧାନ ପବନରେ ଶୋଇଯିବ । ଚାଷ ଅଧିକ କ୍ଷତି ହେବ । ପନିପରିବା କ୍ଷତି ହେବ ।
ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଓଡିଶା ଉପକୂଳ ଅତିକ୍ରମ କରି ସାରିଥିବ । ରାତି ସୁଦ୍ଧା ପ୍ରଭାବ କମି ଯିବ । ବର୍ଷା ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ଵାଭାବିକ ଠାରୁ ଅଧା ମିଟର ଅଧିକ ଉଚ୍ଚର ଜୁଆର ଆସିବ । ବର୍ତ୍ତମାନ ସୁଦ୍ଧା ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହାସହ ୩୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ସ୍ଥାନରେ ମୋଟ ୨୬୬ଓଡ୍ରାଫ, ଏନଡିଆରଫ ମୁତୟନ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡିବା ପାଇଁ କୁହାଯାଉଛି । ଗଛ ଭାଙ୍ଗିବା ସମ୍ଭାବନା ଅଛି । ପବନ ସମୟରେ କେହି ଘରୁ ବାହାରନ୍ତୁ ନାହିଁ। ଘର ପାଖ କୋଠା ଘରରେ ରୁହନ୍ତୁ । ବାତ୍ୟା ସରିବା ପରେ ଚାଷ ଜନିତ କ୍ଷତିକୁ ପ୍ରାଥମିକତା ଭିତ୍ତିରେ ୭ ଦିନ ଭିତରେ ଆକଳନ କରାଯିବ ।(ରିର୍ପୋଟ:ଆଶିଷ କୁମାର ରାଉତ)