ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଗତକାଲିର ଲଘୁଚାପ କ୍ଷେତ୍ର ପଶ୍ଚିମ – ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସକାଳ ୫.୩୦ ସମୟରେ ଦକ୍ଷିଣ – ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ପରିଣତ ହୋଇଛି। ଯାହା ପରବର୍ତୀ ସମୟରେ ସମାନ ଅଞ୍ଚଳରେ ମଧ୍ୟ ସକ୍ରିୟ ରହିଛି । ସମ୍ଭାବ୍ୟ ବାତ୍ୟା କୁ ନେଇ ଏସଆରସି ପ୍ରଦୀପ କୁମାର ଜେନା ଏକ ପ୍ରେସ ସମ୍ମିଳନୀ ଡକାଇଥିଲେ। ବାତ୍ୟା କରିପାରେ ଦିଗ ପରିବର୍ତ୍ତନ ଆମେ ଆମେ ପ୍ରସ୍ତୁତ ଅଛୁ। ଆସନ୍ତା କାଲି ସାମୁଦ୍ରିକ ବାତ୍ୟାର ରୂପ ନେବ। ଓଡ଼ିଶାର ଉପକୂଳ ବର୍ତ୍ତି ଅଞ୍ଚଳ ଗୁଡିକରେ ୧୦୦km ରୁ ଅଧିକ ପବନ ସହ ବର୍ଷା ହେବାର ସମ୍ଭାବନା ଅଛି । ମତ୍ସ୍ୟ ଏବଂ କୃଷି ବିଭାଗ କୁ ସତର୍କ କରିଛୁ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରରୁ ଫେରିଆସିବାକୁ ସୂଚନା ଦିଆଯାଇଛି। ଏନଡିଆରଫ୍,ଓଡ୍ରାଫ , ଅଗ୍ନିଶମ କର୍ମଚାରୀଙ୍କୁ ଉପକୂଳ ଜିଲ୍ଲା ମାନଙ୍କରେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସମୁଦାୟ ୨୬୬ ଟି ଟିମ୍ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।