ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଗତକାଲିର ଲଘୁଚାପ କ୍ଷେତ୍ର ପଶ୍ଚିମ – ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସକାଳ ୫.୩୦ ସମୟରେ ଦକ୍ଷିଣ – ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ପରିଣତ ହୋଇଛି। ଯାହା ପରବର୍ତୀ ସମୟରେ ସମାନ ଅଞ୍ଚଳରେ ମଧ୍ୟ ସକ୍ରିୟ ରହିଛି । ଏହାଲଘୁଚାପ କ୍ଷେତ୍ର ସହ ଜଡିତ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି ।ଏହା ପଶ୍ଚିମ – ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏକ ଅବପତ ର ରୂପନେବା ସହ ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର – ପଶ୍ଚିମ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ଉତ୍ତର – ପଶ୍ଚିମ ଦିଗକୁ ଗତି ଗତି କରିବା ସହ ୪ ଡିସେମ୍ବର ସକାଳ ସମୟରେ ପଶ୍ଚିମ – କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ – ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ଏବଂ ପରବର୍ତ୍ତୀ ସମୟରେ ଏହା ଉତ୍ତର – ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ରହିଛି । ଆଜି ସୁଦ୍ଧା ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ସୂଚନା ଜାରି କରାଯାଇଛି। ସାମ୍ଭାବ୍ୟ ବାତ୍ୟା ପାଇଁ ଗଜପତି , ଗଞ୍ଜାମ , ପୁରୀ , ଏବଂ ଜଗତସିଂହପୁର , ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ ରୁ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଯାହା ପାଇଁ ଏହି ଜିଲ୍ଲା ଗୁଡିକୁ ରେଡ୍ ଓ୍ବାର୍ଣ୍ଣିଙ୍ଗ ଜାରି କରିବ।
ଏହାର ପ୍ରଭାବରେ ୩ ଡିସେମ୍ବର ସନ୍ଧ୍ୟା / ରାତ୍ରି ସମୟରୁ ବୃଷ୍ଟିପାତରେ ବୃଦ୍ଧି ସହ ଏବଂ ୩ ଡିସେମ୍ବର ରେ କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ୪ ରୁ ୫ ଡିସେମ୍ବର ୨୦୨୧ ରେ ଉପକୂଳ ଏବଂ ତନ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଗୋଟିଏ ରୁ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଜିଠାରୁ ଦକ୍ଷିଣ – ପୂର୍ବ ଏବଂ ତତ ସଂଲଗ୍ନ ପୂର୍ବ – କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ ପବନ ଘଣ୍ଟା ପ୍ରତି ୫୦ ରୁ ୬୦ ସର୍ବାଧୂକ ୭୦ କିମି ବହିବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ପବନର ବେଗ ୬୫ ରୁ ୭୫ କିମି ତଥା ଝଟକା ପବନ ୮୫ କିମି ବହିବାର ସମ୍ଭାବନା ରହିଛି । ଯାହା ପରବର୍ତୀ ସମୟରେ ଆହୁରି ବୃଦ୍ଧି ପାଇ ୪ ଡ଼ିସେମ୍ବର ସକାଳ ଠାରୁ ପରବର୍ତୀ ୨୪ ଘଣ୍ଟା ଯାଏଁ ଉତ୍ତରପଶ୍ଚିମ ତତ ସଂଲଗ୍ନ ପଶ୍ଚିମ – କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ବେଗ ୯୦ କିମି ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ପର୍ଯନ୍ତ ବହିବାର ସମ୍ଭାବନା ରହିଛି । ୩ ଡ଼ିସେମ୍ବର ମଧ୍ୟ ରାତ୍ରି ପରଠାରୁ ଉତ୍ତର – ଆନ୍ଧ୍ର ଏବଂ ଓଡିଶା ଉପକୂଳ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ସହ ୪ ତାରିଖ ଅପରାହ୍ଣର ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି ।