ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ରାଜ୍ୟରେ କରୋନାର ତାର ପ୍ରଭାବ ମେଲାଇ ଚାଲିଛି। କରୋନର ଦୁଇଟି ଲହର ଆସିଥିବା ବେଳେ ଏବେ ଏହାର ନୂଆ ଭାରିଆଣ୍ଟ ଲୋକ ମାନଙ୍କୁ ଡରାଇଲାଣି। ତେବେ କରୋନ ଯୋଗୁଁ ସବୁ କିଛି ବର୍ତ୍ତମାନ ବହୁ କ୍ଷତିଗ୍ରସ୍ତ ହୋଇଛି। ବ୍ୟବସାୟ ଠାର ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କେବଳ କ୍ଷତି ହିଁ କ୍ଷତି ପରିଲିଖିତ ହୋଇଛି। ତେବେ କରୋନା ଯୋଗୁଁ ବହୁ ଲୋକ ତାଙ୍କର ବ୍ୟବସାୟ ହରାଇ ବସିଛନ୍ତି। ଏବଂ ଆର୍ଥିକ ଅନଟନରୁ ବହୁ ଲୋକ ଜୀବନ ମଧ୍ୟ ହାରୁଛନ୍ତି। ଏହାର ପ୍ରଭାବ ଶିକ୍ଷା କ୍ଷେତ୍ରରେ କିଛି କମ ନୁହେଁ। କହିବାକୁ ଗଲେ ଶିକ୍ଷା ହେଉଛି ଅଗ୍ରଣି ସମାଜର ମେରୁଦଣ୍ଡ। ଶିକ୍ଷାର ଉନ୍ନତି ହେଲେ ଦେଶ ତଥା ସମାଜ ଉନ୍ନତି ହେବ। ତେଣୁ ଶିକ୍ଷା ନିହାତି ଆବଶ୍ୟକ। କିନ୍ତୁ ଶିକ୍ଷାରେ ବିରତି ଲାଗିଲେ ଏହାକୁ ପୁନଃ ଆରମ୍ଭ କରିବା ବହୁତ କଷ୍ଟକର। ଦେଖିବାକୁ ଗଲେ ବର୍ତ୍ତମାନ ସମୟରେ ଆତ୍ମହତ୍ୟା କରିବାରେ କିଶୋର ମାନଙ୍କ ସଂଖ୍ୟା ସର୍ବାଧିକ। ତେବେ ନାନାଦି ଚିନ୍ତା କଷ୍ଟ ଦେଇ ଗତି କରେ ଗୋଟେ ଛାତ୍ର। ତେବେ ଶିକ୍ଷା ହେଉକି ଏହାପରେ ଚାକିରି ହେଉ, ଗୋଟେ ଛାତ୍ର ଭିନ୍ନ ପର୍ଯ୍ୟାୟରେ ଭିନ୍ନ କଷ୍ଟ ସମୟ ଦେଇ ଗତି କରେ । ଆଉ ଏବେ କରୋନା କାହା ଠାରୁ ତାର ଶିକ୍ଷା ବର୍ଷ ଛଡାଇ ନେଉଛି ତ କାହା ଠାରୁ ଚାକିରି। ବର୍ତ୍ତମାନ ସମୟରେ ଚାକିରି ଟିଏ ପାଇଁବା ବହୁ କଷ୍ଟକର ଏବଂ ତାହା ଉପରେ କରୋନା ଯେମିତି ବୋଝ ଉପରେ ଲଳିତା ବିଡା ସଦୃଶ। ବର୍ତ୍ତମାନ ସମୟରେ ସମାଜ ସହ ପାଦ ମିଳାଇ ଚାଲିବାକୁ ହେବ ଛାତ୍ରଛାତ୍ରୀ ମାନଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ହେବ। ଅନଲାଇ ଶିକ୍ଷାକୁ ଛାଡି ନିଜର ପାଠପଢ଼ା ଶୈଳିକୁ ଉନ୍ନତ ମାନର କରିବାକୁ ହେବ। ତେବେ ଯାଇଁ ପିଲାମାନେ ନିଜେ ଅଗ୍ରଗତି କରିପାରିବେ।