ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ବୁଧବାର ଦିନ ଗଦାର୍ ସିକ୍ୱେଲର ଝଲକ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଆମୀଶା ପଟେଲଙ୍କ ଦ୍ୱାରା ମୁହୁରତ ଶଟ୍ ର ଲୁକ ସେୟାର କରାଯାଇଛି । ସିକ୍ୱେଲରେ ଅମେଶା ଏବଂ ସନ୍ନି ଦେଓଲ ପୁଣି ଥରେ ଗଦାର୍ ସାକିନା ଏବଂ ତାରା ସିଂଙ୍କ ଭୂମିକାରେ ଅଭିନୟ କରିବେ। ପ୍ରଥମ ସିନେମାରେ ସନି ଏବଂ ଅମିଶାଙ୍କ ଅନସ୍କ୍ରିନ ପୁଅ ଭୂମିକାରେ ଅଭିନୟ କରିଥିବା ଉତ୍କଳ ଶର୍ମା ମଧ୍ୟ ସିକ୍ୱେଲ ପାଇଁ ଫେରିବେ। ଫଟୋଗୁଡ଼ିକରେ ଆମିଷା ସାକିନା ପରି ପୋଷାକ ପିନ୍ଧିଥିବାବେଳେ ସନ୍ନି ତାଙ୍କ ସ୍ୱାମୀ ଶିଖ୍ ଟ୍ରକ୍ ଡ୍ରାଇଭର ତର ସିଂଙ୍କ ଲୁକ୍ ରେ ଦେଖାଯାଇଛନ୍ତି। ତେବେ ଏହି ପୋଷ୍ଟ ପରେ ପ୍ରଶଂସକ ମାନେ ବହୁତ ଉତ୍ସାହ ଥିବାର ଦେଖିବାକୁ ମିଳିଛି। “ମୁଁ ଏହି ଚଳଚ୍ଚିତ୍ର ପାଇଁ ବହୁତ ଉତ୍ସାହିତ ଅଛି ବୋଲି ଜଣେ ପ୍ରଶଂସକ ଲେଖିଥିବାବେଳେ ଅନ୍ୟ ଜଣେ ଯୋଗ କରିଛନ୍ତି: “କବସେ ଅପେକ୍ଷା କର ରହୀ ଥି ଇସ ଦିନ୍ କା (ଏତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଛୁ) । ସୂଚନାଅନୁସାରେ ୨୦୦୧ ରେ ମୁକ୍ତିଲାଭ କରିଥିବା ଗଦାର୍ ଏକ ବ୍ଲକବଷ୍ଟର ମୁଭି ଥିଲା। ଗଦର ଏକ ଶିଖ୍ ଟ୍ରକ୍ ଡ୍ରାଇଭର ତାରା ଏବଂ ସକିନା ନାମକ ଜଣେ ମୁସଲମାନ ଝିଅର ପ୍ରେମ କାହାଣୀକୁ ନେଇ ହୋଇଥିଲା।