ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶା ଉପକୂଳକୁ ମାଡି ଆସୁଛି ବାତ୍ୟା ‘ ଜୱାଦ ’ । ୪ ତାରିଖ ସକାଳେ ଓଡିଶା ଉପକୂଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକଳ ସମୁଦ୍ରରେ ପହଞ୍ଚିବ ବାତ୍ୟା । ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବାତ୍ୟା କେନ୍ଦ୍ରୀଭୂତ ଥିବା ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ । ଝଟକା ପବନ ଘଣ୍ଟା ପ୍ରତି ୯୦ କିମି ଛୁଇଁପାରେ । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଓଡ଼ିଶା , ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅପେକ୍ଷା ସବୁଠୁ ଅଧିକ ପ୍ରଭାବ ପଡିବ ବୋଲି ଆଶା କରାଯାଉଛି। ସେହିପରି ୪ରେ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବାତ୍ୟା ‘ ଜଓ୍ବାଦ ’ ଉପକୂଳ ନିକଟରେ ଥିବାରୁ ପବନର ବେଗ ୮୦ରୁ ୯୦ କିମି ବେଗରେ ରହିବା ନଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସେହିପରି ୪ ତାରିଖରେ ରାଜ୍ୟର ୧୧ ଉପକୂଳ ଜିଲ୍ଲାରେ ଭାରି ବର୍ଷା ହେବା ନେଇ ସତର୍କତା ଜାରି ହୋଇଥିବା ବେଳେ ଅରେଞ୍ଚ ୱାର୍ଣ୍ଣିଙ୍ଗ ଜାରି କରିଛି। ଗଞ୍ଜାମ , ଗଜପତି , ନୟାଗଡ଼ , ଖୋର୍ଦ୍ଧା , ପୁରୀ , ଜଗତସିଂହପୁର , କଟକ , କେନ୍ଦ୍ରାପଡ଼ା , ଭଦ୍ରକ , ବାଲେଶ୍ଵର ଓ ଯାଜପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ସେହିପରି ଉକ୍ତ ୪ ତାରିଖ ଦିନ ଆଉ ୬ ଜିଲ୍ଲା କୋରାପୁଟ , ରାୟଗଡ଼ା , କନ୍ଧମାଳ,ଢ଼େଙ୍କାନାଳ , କେନ୍ଦୁଝର ଓ ମୟୁରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ସେହିପରି ଆସନ୍ତା ୫ ତାରିଖ ଦିନ ମଧ୍ୟ ରାଜ୍ୟର ଏକାଧିକ ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ତଥା ତସଲଂଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ଵାସ କହିଛନ୍ତି । ସେହିପରି ଡିସେମ୍ବର ୨ରୁ ୫ ତାରିଖ ଯାଏ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପସାଗରକୁ ମତ୍ସଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ଯେଉଁ ମତ୍ସଜୀବୀମାନେ ସମୁଦ୍ର ମଧ୍ୟରେ ଅଛନ୍ତି , ତୁରନ୍ତ ଉପକୂଳକୁ ଫେରି ଆସିବାକୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଆସୁଥିବା ବାତ୍ୟା ପାଇଁ ଜିଲ୍ଲାପାଳମାନଙ୍କୁ ସଜାଗ କରିଛନ୍ତି ଏସ୍ସି ପ୍ରଦୀପ ଜେନା । ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେବା ସହ ଅରେଞ୍ଜ , ୟେଲୋ ୱାଣ୍ଟିଂ ଥିବା ଜିଲ୍ଲାଗୁଡ଼ିକରେ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସେ ଗୁରୁତ୍ବାରୋପ କରିଛନ୍ତି । ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୱାଣ୍ଟିଂ ଥିବା ଜିଲ୍ଲାଗୁଡ଼ିକରେ ଜଳବନ୍ଦୀ , ଅକସ୍ମାତ ବନ୍ୟା ଭଳି ସ୍ଥିତି ଉପୁଜିବା ସହ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ହେବା ସମ୍ଭାବନା ରହିଛି । ତେଣୁ ଏହି ସବୁ ଘଟଣା ପ୍ରତି ସତର୍କ ରହିବା ସହ ରାଜ୍ୟରେ ଖୁବ୍ଶୀଘ୍ର ଏକ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ସେଣ୍ଟର ସହ ଅହୋରାତ୍ର କଣ୍ଟ୍ରୋଲ ରୁମ୍ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।