ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ଦୋଷ ଲୁଚାଇବା ପାଇଁ ସବୁବେଳେ ରାଜ୍ୟ ସରକାର ପ୍ରାୟାସ କରୁଛନ୍ତି। ବିଜେପି ସବୁବେଳେ ମମିତା ମେହେର ଙ୍କୁ ନ୍ୟାୟ ଦେବାପାଇଁ ଲଢେଇକରୁଛି । ତାସହ ସିବିଆଇ ତଦନ୍ତ ପାଇଁ ଦାବି କରୁଛି । ହେଲେ ରାଜ୍ୟସରକାରଙ୍କର ସୁପାରିସ ଦ୍ବାରା ହାଇକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତି ଙ୍କ ଅଧୀନରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ବିଜେପି ସ୍ଵାଗତ କହୁଛି । ଏହା ପୁର୍ବରୁ କୁନ୍ଦୁଲି ପୀଡ଼ିତା ଓ ପରୀ ହତ୍ୟା ଘଟଣାରେ ଏସଆଇଟି ଗଠନ କରି ତଦନ୍ତ କରିବାର ଫଳ ସମସ୍ତଙ୍କ ଆଗରେ ଅଛି।
ଯାହା ସରକାର ଙ୍କୁ ସୁହାଇଲା ଭଳି ହୋଇଥିଲା । ଯଦି ସରକାର ଚାହୁଛନ୍ତି ନିରପେକ୍ଷ ତଦନ୍ତ ହେଉ ସେଥିପାଇଁ ସିବିଆଇ CBI ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି କହୁଛି। ଏଥିପାଇଁ ବିଜେପି ପୁଣି ଥରେ ମନ୍ତ୍ରୀ ଦିବ୍ୟ ଶଙ୍କର ଙ୍କ ବହିଷ୍କାର ଦାବୀ ସହ ସିବିଆଇ ତଦନ୍ତ ପାଇଁ ଦାବୀ କରୁଛନ୍ତି ବୋଲି ବିଜେପି ବିଧାୟକ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।(ରିର୍ପୋଟ:ଆଶିଷ କୁମାର ରାଉତ)