ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟ ର Alumini Connect & Alumini Association ଦ୍ଵାରା PG Council ଅଫିସ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମିଟ ଆଲୁମିନ କାର୍ଯ୍ୟକ୍ରମ ଅନ୍ତର୍ଗତ ସଫଳ ପୁରାତନଛାତ୍ର ମାନଙ୍କ ଜୀବନ କୁ ନେଇ My Life a journey not a destination ନାମକ ଏକ ବାର୍ତ୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଆକର୍ଷଣ ଏବଂମୁଖ୍ୟ ବକ୍ତା ଭାବେ ଓପିଏସସି ଚେୟାରମ୍ୟାନ (OPSC chairman) ସତ୍ୟଜିତ ମହାନ୍ତି ସହ ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ପୂର୍ବତନ ମୂଖ୍ୟ ଶାସନ ସଚିବ ତଥା Alumine Association ର ସଭାପତି ଡ ବିଜୟ କୁମାର ପଟ୍ଟନାୟକ, coordinator UGC Alumin Connect Prof Kunja Bihari Panda , PG Council chairman Basant Mallick ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନବିଭାଗର ଛାତ୍ରଛାତ୍ରୀ , ପ୍ରଫେସର ଏବଂ ଲେକ୍ଚରଙ୍କ ସମେତ ପୂର୍ବତନ ଛାତ୍ର ସଭାପତି ତନ୍ମୟ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି ସଭାପରିଚାଳନା କରିବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଓଡ଼ିଶାର ଭବିଷ୍ୟତ ପ୍ରଶାସକ ଚୟମ ପାଈଁ ଓଡ଼ିଶା ସରକାର ଗୁରୁଦାୟିତ୍ଵ ଦେଇଥିବା ଜଣେସଫଳ ଅଫିସର ଆଜିର ମୁଖ୍ୟ ବକ୍ତା ତଥା ଉତ୍କଳ ବିଶ୍ବବିଦ୍ୟାଳୟରପୂର୍ବତନ ସଫଳ ଛାତ୍ର ସତ୍ୟଜିତ୍ ମହାନ୍ତି ତାଙ୍କ ଛାତ୍ର ଜୀବନର ସଂଘର୍ଷ ବିଷୟରେ ନିଜ ଅନୁଭୁତି କୁ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବାଣ୍ଟିଥିଲେ । ଏହାସହ ୪୦ ବର୍ଷ ପୂର୍ବେ ଉତ୍କଳ ବିଶ୍ବବିଦ୍ୟାଳୟରେ ପଡ଼ୁଥିବା ସମୟରେ ଅନେକ ସ୍ମୃତିକୁ ମନେପକାଇଥିଲେ ।(ରିର୍ପୋଟ:ଆଶିଷ କୁମାର ରାଉତ)