ସନଷ୍ଟାର ଟିଭି ବ୍ୟୁରୋ
ଦିଲ୍ଲୀ:ମଙ୍ଗଳବାର ସକାଳେ ଦିଲ୍ଲୀର ସାମାୟପୁର ବାଦଲିରେ ପାଞ୍ଚରୁ ୪୫ ବର୍ଷ ବୟସର ଆର୍ଥିକ ଦୁଃଖୀ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ମିଳିଥିବା ପୋଲିସ କହିଛି।
ପୋଲିସ ସନ୍ଦେହ କରୁଛି ଯେ ଜଣେ (୪୫) ବର୍ଷ ବୟସ୍କ ବ୍ୟକ୍ତି ନିଜ ପତ୍ନୀ,(୩୮) ଏବଂ ସେମାନଙ୍କ ପିଲାମାନଙ୍କୁ – ପାଞ୍ଚ ବର୍ଷର ପୁଅ ଏବଂ୧୦ ବର୍ଷର ଝିଅକୁ ଫାଶି ପୂର୍ବରୁ ବିଷ ଦେଇଥାଇପାରେ । ମୃତ୍ୟୁରେ ସେମାନେ ବାହାର ଲୋକର ଭୂମିକାର ପ୍ରମାଣ ଏପର୍ଯ୍ୟନ୍ତ ପାଇପାରି ନାହାଁନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପରିବାରର ଜଣେ ସମ୍ପର୍କୀୟ ଏହି ଚାରିଜଣଙ୍କ ମୃତଦେହକୁ ଦେଖି ପୋଲିସକୁ ଡାକିଥିଲେ। “ଆମେ ଘଟଣାସ୍ଥଳରେ ଅଛୁ। ଦେଖାଯାଉଛି ଯେ ବ୍ୟକ୍ତି ଜଣକ ତିନିଜଣଙ୍କୁ ହତ୍ୟା କରି ତା’ପରେ ନିଜକୁ ଫାଶୀ ଦେଇଥିଲା । ସେମାନଙ୍କ ପଡ଼ୋଶୀମାନେ କହିଛନ୍ତି ଯେ ପରିବାର ଗତ ୨୦ ବର୍ଷ ଧରି ଏହି ଭଡା ଘରେ ରହୁଥିଲେ। ପରିବାର ଲୋକେ ଆର୍ଥିକ ଅସୁବିଧା ଭୋଗୁଛନ୍ତି ବୋଲି ସମ୍ପର୍କୀୟ କହିଛନ୍ତି। ଫୋରେନସିକ୍ ୟୁନିଟ୍ ଏବଂ କ୍ରାଇମ ବ୍ରାଞ୍ଚର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିକଟସ୍ଥ ବୁରାରି ଅଞ୍ଚଳରେ ଜୁଲାଇ ୨୦୧୮ ରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିଲେ।