ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ସାମ୍ଭାବ୍ୟ ଲଘୁଚାପକୁ ନେଇ ସମମେସ୍ତ ଚିନ୍ତିତ ଥିବା ବେଳେ ଏବେ ବାତ୍ୟାର ରୂପ ସ୍ପଷ୍ଟ ହୋଇଛି। ଏହାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ସୂଚନାମୁତାବକ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଏହା କେନ୍ଦ୍ରୀଭୂତ ହେବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବ । ଏହାପରେ ୨ ତାରିଖ ସୁଦ୍ଧା ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତ ରୂପ ନେବ ବୋଲି ଜଣାପଡୁଛି । ଏହା ପରଠାରୁ ୨୪ ଘଣ୍ଟା ରେ ଏହା ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ବା ସାମୁଦ୍ରିକ ଝଡ ରେ ପରିଣତ ହେବ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳ ସୁଦ୍ଧା ଏହା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳରେ ଏହା ପହଞ୍ଚିବ। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ଏଥିପାଇଁ ସମସ୍ତଙ୍କୁ ସଚେତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହା କେତେ ଭୟଙ୍କର ରୂପ ନେଇ ପାରିବ ତାହା ଜଣାପଡିନାହିଁ। ତେବେ ଏଥିପାଇଁ ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି।