ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବିରୋଧୀ ଦଳର ବୈଠକ ପରେ କଂଗ୍ରେସ ଲୋକସଭା ସାଂସଦ କେ ସୁରେଶ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଜଙ୍କ କାର୍ଯ୍ୟାଳୟରୁ ବାହାରକୁ ଆସୁଥିବା ବେଳେ ସଂସଦ କରିଡରରେ ଖସିପଡିଛନ୍ତି। ଏହି ଘଟଣା ପରେ ସାଂସଦଙ୍କୁ ପ୍ରଥମେ ସହାୟତା ଯୋଗାଇ ଦିଆଯାଇଥିଲା ଏବଂ ପରେ ଯାଞ୍ଚ ପାଇଁ ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାକୁ ନିଆଯାଇଥିଲା।
ସୂଚନାଅନୁସାରେ ବିଭିନ୍ନ ବିରୋଧୀ ଦଳର ନେତାମାନେ ମଙ୍ଗଳବାର ଦିନ ବିଧାନସଭାର ୧୨ ଜଣ ବିରୋଧୀ ଦଳର ସଦସ୍ୟଙ୍କ ନିଲମ୍ବନକୁ ନେଇ ସଂସଦରେ ରାଜ୍ୟସଭା ଲୋପି ମଲ୍ଲିକାର୍ଜୁନ ଖାର୍ଜଙ୍କ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲେ।