ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : କୋଭିଡ୍ର ନୂତନ ଭାରିଆଣ୍ଟ୍ ‘ ଓମିକ୍ରନ୍’ବର୍ତ୍ତମାନ ସାରା ଦୁନିଆକୁ ଚିନ୍ତାରେ ପକାଇଲାଣି। ଏଥିପାଇଁ ସାରା ବିଶ୍ଵରେ ହଇଚ ସୃଷ୍ଟି ହୋଇଛି। ତେବେ ଏଥିପାଇଁ ସଜାଗହେବାକୁ ପଡିବ ବୋଲି କହିଛି ସ୍ବାସ୍ଥ୍ୟବିଭାଗ। ଏହା ଡେଲ୍ଟା ଠାରୁ ଅଧିକ କ୍ଷତିକାରକ ହୋଇଥିବାରୁ ଏହାର ସଂକ୍ରମଣର ବିସ୍ତାରକୁ କିପରି ରୋକାଯାଇ ପାରିବ ସେ ନେଇ ବର୍ତ୍ତମାନ ଆଲୋଚନା ଚାଲିଛି।କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ସଂକ୍ରମଣ ରୋକିବା ନେଇ ଟେଣ୍ଟିଂକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । ଅପରପକ୍ଷରେ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଯାତ୍ରା ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀ ଡିସେମ୍ବର ପହିଲାରୁ ଲାଗୁହେବ ବୋଲି କୁହାଯାଇଛି । ଏହାବ୍ୟତୀତ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ପିଛିଲା ୧୪ ଦିନର ଟ୍ରାଭେଲ୍ବିବରଣୀ ମଗାଯିବ । ସଂକ୍ରମଣ ଉପରେ ରୋକ ଲାଗୁ କରିବା ସହ ଟିକାକରଣକୁ ଅଧିକ ଦ୍ରୁତଗାମୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସ୍ଥାନରେ କୋଭିଡ୍ ସଂକ୍ରମଣ ଜଣାପଡ଼ିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଭାରିଆଣ୍ଟ କିପରି ଦୃତଗତିରେ ନବ୍ୟାପିକ ସେପ୍ରତି ସ୍ବାସ୍ଥ୍ୟ ବିଭାଗ ସଜାକ ରହିବ ସହ ଟିକାକରଣ କୁ ବ୍ୟାପକ କରାଯାଇଛି।