ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ସବୁ କିଛି ମହଙ୍ଗା ହେବା ବେଳେ ମୋବାଇ ଶ୍ଳୁକ କିପରି ପଛରେ ରହିବ। ତେଣୁ ବର୍ତ୍ତମାନ ମୋବାଇଲ ଫୋନରେ କଥାହେବା ଏବେ ମହଙ୍ଗା ହେବାରେ ଲାଗିଛି । ପ୍ରଥମେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ସେମାନଙ୍କ ଶୁଳ୍କ ବୃଦ୍ଧି ଘୋଷଣା କରିବାର ଅଳ୍ପ କିଛିଦିନ ମଧ୍ୟରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ ବା ଜିଓ ପ୍ରିପେଡ ମୋବାଇଲ ଶୁଳ୍କ ବୃଦ୍ଧି ଘୋଷଣା କରିଛି । କମ୍ପାନି ଡିସେମ୍ବର ୧ ତାରିଖରୁ ୨୦ ପ୍ରତିଶତ ପାଖାପାଖି ଶୁଳ୍କ ବୃଦ୍ଧି କରିବା ୭୫ ଟଙ୍କାର ପ୍ଲାନ ୯୧ ଟଙ୍କା , ୧୨୯ ଟଙ୍କାର ପ୍ଲାନ ୧୫୫ ଟଙ୍କା , ୩୯୯ ଟଙ୍କାର ପ୍ଲାନ ୪୭୯ ଟଙ୍କା , ୧୨୯୯ ଟଙ୍କାର ପ୍ଲାନ ୧୫୫୯ ଟଙ୍କା , ୨୩୯୯ ଟଙ୍କାର ପ୍ଲାନକୁ ୨୮୭୯ ଟଙ୍କାକୁ କମ୍ପାନି ବୃଦ୍ଧି ଘୋଷଣା କରିଛି । ଏଥିସହିତ ଜିଓ ଏହାର ଡାଟା ଟପ୍ ଅପ୍ ଶୁଳ୍କ ମଧ୍ୟ ବଢ଼ାଇଛି । ୬ ଜିବି ପାଇଁ ୫୧ ଟଙ୍କା ପରିବର୍ତ୍ତେ ୬୧ ଟଙ୍କା , ୧୨ ଜିବି ପାଇଁ ୧୦୧ ଟଙ୍କା ପରିବର୍ତ୍ତେ ୧୨୧ ଟଙ୍କା ଏବଂ ୫୦ ଜିବି ପାଇଁ ୨୫୧ ଟଙ୍କା ପରିବର୍ତ୍ତେ ୩୦୧ ଟଙ୍କା କରିଛି । ସୂଚନାମୁତାବକ ଭୋଡାଫାନ ନଭେମ୍ବର ୨୫ରୁ ଏବଂ ଏୟାରଟେଲ ନଭେମ୍ବର ୨୬ରୁ ପ୍ରିପେଡ୍ ମୋବାଇଲ ଶୁଳ୍କ ବୃଦ୍ଧିକୁ କାର୍ଯ୍ୟକାରୀ କରିଛନ୍ତି ।