ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟ ରାଜ୍ୟର ପ୍ରାଚୀନତମ ବିଶ୍ୱବିଦ୍ୟାଳୟ । ଏହା ଓଡ଼ିଶାର ଗର୍ବ ଓ ଗୌରବ। ୧୯୩୬ରେ ଉତ୍କଳ ବିଶ୍ବବିଦ୍ୟାଳୟ ଗଠିତ ହୋଇଛି। ୧୯୪୩ ଅଗଷ୍ଟ ୨ରେ ବିଶ୍ବବିଦ୍ୟାଳୟର ଶୁଭ ଉଦ୍ଘାଟନ କରାଯାଇ ଏହାର ନାମ ରଖାଯାଇଥିଲା ‘ ଉତ୍କଳ ବିଶ୍ବବିଦ୍ୟାଳୟ ‘ । ଆଜି ଉତ୍କଳର ୭୯ତମ ପ୍ରତିଷ୍ଠା ଦିବସ। ଆଜି ଦିନ୧୦.୩୦ ସମୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ଆଜି ଏହି କାର୍ଯ୍ୟକୟମରେ ଯୋଗ ଦେବେ। ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ବାଗ୍ମୀ ପ୍ରବଚକ ପଦ୍ମଶ୍ରୀ ଡ,ରଜତ କୁମାର କର ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।
ତେବେ ଏହି କାର୍ଯ୍ୟକ୍ରମ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ହେବାକୁ ଯାଉଛି। ଏହାସହ ଏହି ଉତ୍ସବରେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିବେ । ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ଅଭୟ କୁମାର ନାୟକ ବାର୍ଷିକ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ବଡ଼ମାଳି ଧନ୍ୟବାଦ ଅର୍ପଣ କରିବେ ବୋଲି କାର୍ଯ୍ୟସୂଚୀ କରାଯାଇଛି ।