ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ୬ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ବୋଲି ସୂଚନା ମିଳିଛି। ଭାରତରେ ହେବାକୁ ଥିବା ଭାରତ – ରୁଷ୍ ସମ୍ମିଳନୀରେ ପୁଟିନ ଯୋଗ ଦେବେ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ ଏହାର ସୂଚନାପ୍ରଦାନ କରିଛନ୍ତି। ରୁଷ୍ ରାଷ୍ଟ୍ରପତିଙ୍କ ବାଦ୍ ବିଦେଶ ମନ୍ତ୍ରୀ ସର୍ଜି ଲାଭରବ , ପ୍ରତିରକ୍ଷା ମନ୍ତ୍ରୀ ସର୍ଜି ଶୋଇଗୁ ମଧ୍ୟ ଉକ୍ତ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ପାଇଁ ଭାରତ ଆସିବେ । ରୁଷ୍ ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରୀ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିବେ । କରୋନା ମହାମାରୀ ମଧ୍ୟରେ ପୁଟିନ୍ଙ୍କର ଏହା ଦ୍ଵିତୀୟ ଅନ୍ତର୍ଜାତୀୟ ଗସ୍ତ ଶେଷଥର ପାଇଁ ସେ ଜେନେଭା ଗସ୍ତ କରିଥିଲେ । ୨୦୨୦ରେ ଭାରତ ରୁଷ୍ ବାର୍ଷିକ ସମ୍ମିଳନୀ ମହାମାରୀ ପାଇଁ ସ୍ଥଗିତ ରହିଥିଲା ।