ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ରାଷ୍ଟ୍ରିୟ ଜନତା ପାର୍ଟିର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଜ୍ୱରରେ ପିଡିତ ହେବାପରେ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି ହୋଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି। ସୂଚନା ମୁତାବକ, ଲାଲୁ ଯାଦବଙ୍କୁ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।
୩ ବର୍ଷରୁ ଅଧିକ ସମୟ ପରେ ଲାଲୁ ପ୍ରସାଦ ଯାଦବ ବିହାରକୁ ଫେରି ଆସିଥିଲେ। ଏପ୍ରିଲ ମାସରେ ଝାଡଖଣ୍ଡ ହାଇକୋର୍ଟ ଶ୍ରୀ ଯାଦବଙ୍କୁ ଜାମିନ ପ୍ରଦାନ କରିଥିଲେ। ଦୁଇ ବର୍ଷ ଧରି ରାଞ୍ଚିର ରାଜେନ୍ଦ୍ର ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାନୁଆରୀରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର କରାଯାଇଥିଲା।