ସନଷ୍ଟାର ଟିଭି ବ୍ୟୁରୋ
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଆମ୍ବତୋଟା ଠାରେ ଜିଲ୍ଲା ରାଜମିସ୍ତ୍ରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ପର୍ଶୁରାମ ନାୟକଙ୍କ ଅଧକ୍ଷତାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି। ଏଥିରେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ମାନୀୟ ଅତିଥି ଭାବେ ଉମରକୋଟ ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ମାନ୍ୟଗଣ ବ୍ୟକ୍ତି ହେଲେ ଜିଲ୍ଲା ସଂଘ ର ସଭାପତି ବିପିନ ନାଗ ,ଆଇନ ପରାମର୍ଶ ଦାତା ଶ୍ରୀ ଆଶେର ଯାନୀ ,ଝଡ଼େଶ୍ୱର ମହାନ୍ତି ତଥା ଦଶ ଗୋଟି ବ୍ଲକ ଓ ଦଶଗୋଟି ଶାଖା ସଂଘର ସଭାପତି ସମ୍ପାଦକ ସମେତ ଉମରକୋଟ ବ୍ଲକ ର ସଭାପତି ଦେବାନନ୍ଦ ନାଗ, ବଳି ମଙ୍ଗରାଜ, କୁରୁମା ରାଓ ,ଧନେଶ୍ୱର ନାୟକ, ରାଜେନ୍ଦ୍ର ସୁରିଆ, ରାଜେଶ ଜାନି, ସୁବାସ ପନକା, ନରସିଂହ ନାୟକ,ପ୍ରମୁକ ଯୋଗଦେଇଥିଲେ ଶ୍ରମିକ ନେତା ଉମରକୋଟ ବିଶ୍ଵକର୍ମା ରାଜ ମିସ୍ତ୍ରୀ ସଂଘର ସଭାଗୃହ କୁ ଭଗବାନ ବିଶ୍ଵକର୍ମା ଫଟୋରେ ଦୀପ ପ୍ରଜ୍ବଳନ କରି ପୂଷ୍ପମାଳ୍ୟ ଦେଇ ରାଜମିସ୍ତ୍ରୀ ଗୃହକୁ ଫ୍ଲାସ କାଟି ଉଦଘାଟନ କରିଥିଲେ। ପରେ ବାବା ସାହେବ ଡକ୍ଟର ଆମ୍ବେଦକର କରଙ୍କ ସମ୍ବିଧାନ ଦିବସ ରୁପେ ରାଜମିସ୍ତ୍ରୀ ସଂଘ ପାଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସଭାକାର୍ଯ୍ୟ ରେ ରାଜମିସ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିଲେ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସାଇକେଲ ସହାୟତା ଏଜୁକେସନ ସହାୟତା ସହ ମୃତ୍ୟୁ କାଳିନ ସହାୟତା ଏସବୁ ଯୋଜନା ଆପଣମାନଙ୍କ ପାଇଁ ଯୋଗେଇଦେଇଛନ୍ତି ବୋଲି ସାଂସଦ ରମେଶ ଚନ୍ଦ୍ର ମାଝୀ ରାଜମିସ୍ତ୍ରୀ ମାନଙ୍କୁ କହିଥିଲେ ଓ ପୁନର୍ବାର ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ ତା ସଙ୍ଗେ ସଙ୍ଗେ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ନିଜ ପାଣ୍ଠିରୁ କିଛି ଅନୁଦାନ ସାହାଯ୍ୟ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ। ଶେଷରେ ସଂଘ ର ଉପଦେଷ୍ଟା କୁରୁମା ରାଓ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।
(ରିର୍ପୋଟ:ପୂର୍ଣ୍ଣଚନ୍ଦ୍ର ନାୟକ)