ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ସ୍ବାସ୍ଥ୍ୟ ସେବାରେ ଯୋଡି ହେବ କୋରାପୁଟ। ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କୋରାପୁଟରେ ସ୍ମାର୍ଟ ହେଲ୍ଥକାର୍ଡ ବଣ୍ଟନ କରିବେ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହିତାଧୀକାରୀ ମାନଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିବେ। ଏହା ଦ୍ବାରା ଜିଲ୍ଲାର ମୋଟ ୩ଲକ୍ଷ ୭୦ ହଜାର କାର୍ଡ ବଣ୍ଟନ କରାଯିବ। ଜିଲ୍ଲାର ପ୍ରାୟ ୧୨ ଲକ୍ଷ ଲୋକେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ଏହି ସେବା ପାଇ ପାରିବେ। ଏହି କାର୍ଡ ଦ୍ବାରା ପରିବାରର ପୁରୁଷ ମାନେ ୫ଲକ୍ଷ ଏବଂ ମହିଳା ମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପାଇ ପାରିବେ। ପ୍ରତ୍ୟକ ଜୀବନ ମୂଲ୍ୟବାନ। ଏଥିପାଇଁ ସମସ୍ତ ପରିବାରକୁ ଏହା ଦ୍ବାରା ଯୋଡିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ। ତେବେ ଏହି ଗୋଟିଏ କାର୍ଡ ସାହାର୍ଯ୍ୟରେ ଆପଣ ବଡରୁ ବଡ ମେଡିକାଲ ରେ ବିନା ଅର୍ଥରେ ଚିକିତ୍ସିତ ହୋଇ ପାରିବେ । ଏହି କାର୍ଡ ଦ୍ବାରା ଆପଣ କିପରି ସ୍ବାସ୍ଥ୍ୟ ସେବା ପାଇ ପାରିବେ ତାହା ପାଇଁ ସମସ୍ତ ଲୋକଙ୍କୁ ସଚେତନ ବା ଅବଗତ କରାଯାଉଛି।