ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରାଳୟ ର ପ୍ରମୁଖ ସଚିବ ସତୀଶ ମିଶ୍ର ୨ ଦିନିଆ ଓଡିଶା ଆସିଛନ୍ତି। ଭାରତ ସରକାରଙ୍କ ସହର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନା ଯେପରି ସ୍ୱଚ୍ଛ ଭାରତ ମିଶନ , ଅମୃତ ଅଟଳ ମିଶନ , ସ୍ମାର୍ଟ ସିଟି ମିଶନ , ରେରା ଇତ୍ୟାଦି ଯୋଜନା ଯାହା ସହରଣ ଉନ୍ନତି ମୂଳକ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛି ।
ଏହି ସବୁ ଯୋଜନା କିପରି କାର୍ଯ୍ୟ କରୁଛି ଏହାର ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରାଳୟ ର ପ୍ରମୁଖ ସଚିବ ସତୀଶ ମିଶ୍ର ଭୁବନେଶ୍ବର ର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ଓ ଭୁବନେଶ୍ବର ସ୍ମାର୍ଟ ସିଟି ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ କୁ ଦେଖିବା ସହ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଭୁବନେଶ୍ବର ରେ ସ୍ମାର୍ଟ ପାର୍କିଂ ଏବଂ ଡିଜିଟାଲ ପାର୍କିଂ ବ୍ୟବସ୍ଥା ଯାହା କିନ୍ନର ମାନଙ୍କ ଦ୍ଵାରା କାର୍ଯ୍ୟକାରି ହେଉଛି ସେସବୁ ଅନୁଧ୍ୟାନ କରିବା ସହ ଏହାର ପ୍ରଶଂସା କରିଥିଲେ ।(ରିର୍ପୋଟ:ଆଶିଷ କୁମାର ରାଉତ)