ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ବର: ଡିକି ଭାଙ୍ଗି ଲୁଟି ନେଲେ ଲକ୍ଷେ ଟଙ୍କା । ପୁଣି ଜଳେଶ୍ବର ହୋଇଛି ଲୁଟ । ଜଳେଶ୍ବର ଥାନା ଠୁ ମାତ୍ର ୧୦୦ ମିଟର ଦୂର ହାଟଛକ ରୁ ଏକ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନାମୁତାବକ ଜମି ରେଜେଷ୍ଟ୍ରି କରିବାକୁ ଆସି ଘରକୁ ଫେରିବା ସମୟରେ ହାଟ ଛକ ନିକଟ ଏକ ମିଠା ଦୋକାନ ସମ୍ମୁଖରେ ଛିଡା ହୋଇ ମିଠା ଖାଇବା ପାଇଁ ଯାଇଥିଲେ । ମାତ୍ର କେଇ ମିନିଟ ମଧ୍ୟରେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଚୋରି ହୋଇ ଯାଇଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ସିଂଲା ଥାନା ଚୁରୁମାରା ଗ୍ରାମର ଅନିରୁଦ୍ଧ ସାହୁ ବୋଲି ସୂଚନାମିଳିଛି। ତେବେ ସୂଚନା ପାଇ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ଚୋରି ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।(ରିପୋର୍ଟ: ଆଲୋକ ଚନ୍ଦ୍ର ଘଡେଇ)