ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ଗରିବ ଲୋକମାନଙ୍କ ଚିନ୍ତା ଦୂର କରିବା ପାଇଁ ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି। ଗୋଟିଏ କାର୍ଡ ଖଣ୍ଡିଏ ଧରି ସେମାନେ ପୁରା ପରିବାର ପାଇଁ ସବୁଠାରୁ ଭଲ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଆଜି ବାଲେଶ୍ବରରେ ବଣ୍ଟନ ହେବ ସ୍ମାର୍ଟ ହେଲ୍ଥ କାର୍ଡ। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ କରିବା ପାଇଁ ଏହା ଓଡିଶା ସରକାରଙ୍କର ଏକ ନିଆଁର ଏବ ଯୁଗନ୍ତକାରୀ ପଦକ୍ଷପ।ତେବେ ଆଜି ବାଲେଶ୍ବର ସମେତ ଭଦ୍ରକ ଜିଲ୍ଲାରେ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ୭ଦିନ ମଧ୍ୟରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ କରାଯାଇଛି। ମୋଟ ୩୬୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୭୭ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ୧୦୯ଟି ନୂତନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ରହିଛି। ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି।