ସନଷ୍ଟାର ଟିଭି ବ୍ୟୁରୋ

ମହାରାଷ୍ଟ୍ର :ମହାରାଷ୍ଟ୍ର ସରକାର ଗ୍ରାମାଞ୍ଚଳରେ ୧ରୁ ୪ର୍ଥଶ୍ରେଣୀ ଏବଂ ସହରାଞ୍ଚଳରେ ୧ରୁ ୭ମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ଗୁରୁବାର ଦିନ ସୂଚନା ଦେଇଛନ୍ତି। ରାଜ୍ୟ ଶିକ୍ଷା ମନ୍ତ୍ରୀ ଭର୍ସା ଗାଇକୱାଡ ଏହି ସୂଚନା ଦେଇଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ରୁ ଜଣା ପଡିଛି। ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣରେ କମିବା ଦ୍ବାରା ଏହି ପଦକ୍ଷପ ନିଆଯାଇଛି। ସାରା ବିଶ୍ବରେ କରୋନା କାରଣରୁ ବିଦ୍ୟାଳୟ ଦୀର୍ଘ ଦିନ ଥରି ବନ୍ଦ ରହିଥିଲା। ଏହା ଦ୍ବାରା ପିଲାଙ୍କର ଶିକ୍ଷାକ୍ଷେତ୍ରରେ ମଧ୍ୟ ବହୁତ କ୍ଷତି ହୋଇଛି।ତେଣୁ ଏଥିପାଇଁ ରାଜ୍ୟ ଶିକ୍ଷା ମନ୍ତ୍ରୀ ଏପରି ନିର୍ଣ୍ଣୟ ନେଇଛନ୍ତି।