ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ମୃତ୍ୟୁ ବି କେତେ ରହସ୍ୟପୁର୍ଣ୍ଣ। ଯେ କ୍ଷଣିକେ ଅଛି ଆର କ୍ଷଣ କୁ ତାହା ସହ କ’ଣ ହେବ ତାହା କେହି ବି କହି ପାରିବେ ନାହିଁ। ସେହି ପରି ଗୋଟିଏ ସମୟରେ ସମାଜ ପାଇଁ କାମ କରୁଥିବା ଜଣେ ବ୍ୟକ୍ତି ନିଜ ଜୀବନ ହାରି ଦେଲା ଏହା ଶୁଣିଲେ ଆପଣକୁ ଆଶ୍ଚୟ୍ୟ ଲାଗୁଥିବ। ନ୍ୟୁଜ୭ ର ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀ କାମ ସାରି ଘରକୁ ଫେରିଥିଲେ। ହେଲେ ହଠାତ୍ ହୃଦଘାତରେ ତାଙ୍କର ଜୀବନ ଚାଲିଗଲା। ମୃତ୍ୟ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସେ ଜଣେ ଅତ୍ୟନ୍ତ ମେଳାପି ଏବଂ ସୁଭାଷୀ ବ୍ୟକ୍ତିତ୍ବ ଥିଲେ। ତାଙ୍କର ବିୟୋଗରେ ସାରା ରାଜ୍ୟରେ ଦୁଃଖର ଲହରୀ ଖେଳିଯାଇଛି। ଭଗବାନ ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ଏହା ହିଁ ଆମର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା।