ସନଷ୍ଟାର ଟିଭି ବ୍ୟୁରୋ

ଜଳେଶ୍ୱର: ଏକାସହ ତିନି ତିନୋଟି ମନ୍ଦିରରୁ ଲୁଟି ନେଲେ ଦୁର୍ବୁତ୍ତ। ଲୁଟିନେଲେ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ର ସୂନା ଗହଣା । ଏହାସହ ଦାନ ବାକ୍ସରୁ ମଦ୍ୟ ଲୁଟି ଦେଲେ ଚୋର। ଏପରି ଘଟଣା ଘଟିଛି ବସ୍ତା ବ୍ଲକ ସିଂଲା ଥାନା ଅନ୍ତର୍ଗତ ବାଳିଆପାଟି ଗ୍ରାମ। ସୂଚନାମୁତାବକ ବିଳମ୍ବିତ ରାତି ରେ ଦୁର୍ବୁତ୍ତ ମାନେ ୩ଟି ମନ୍ଦିର ର ତାଲା ଭାଙ୍ଗି ଆନୁମାନିକ ୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ସୂନା ଗହଣା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ତେବେ ସକାଳେ ଖବର ପାଇଁ ଗ୍ରମାବାସୀ ମାନେ ପୋଲିସକୁ ସୂଚନା କରିଥିଲେ। ଏହାପରେ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାର ର ଛାନଭିନ ଜାରି କରିଛି।(ରିର୍ପୋଟ:ଆଲୋକ ଚନ୍ଦ୍ର ଘଡେଇ)