ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା:ଆଜି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ,ନୂଆପଡା ଜିଲ୍ଲାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଖଡ଼ିଆଳ ସ୍ଥିତ କଲ୍ୟାଣମଣ୍ଡ-୧ ଠାରେ ଜିଲ୍ଲା ସଭାପତି ଶ୍ରୀ ବସନ୍ତ ସିଂ ଠାକୁର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ରାଜ୍ୟ ସଭାପତି ଶ୍ରୀ ବିପିନ ବିହାରୀ ଦାସ ଓ ରାଜ୍ୟ ସଂଯୋଜକ ଶ୍ରୀ ଯଦୁମଣି ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସହିତ ସାଙ୍ଗଠନିକ ବିଧି ବ୍ୟବସ୍ଥା ଉପରେ ମାର୍ଗଦର୍ଶନ କରିଥିଲେ।ଭାରତ ବର୍ଷରେ ଜନସଂଖ୍ୟା ବିସ୍ଫୋରଣ ସମସ୍ତ ବିକାଶ ର ବାଧକ ବୋଲି ମୁଖ୍ୟ ଅତିଥି ମତ ବ୍ୟକ୍ତ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ,ସାମାଜିକ ଶାନ୍ତି ସୃଙ୍ଖଳା, ଅପରାଧିକରଣ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଜନସଂଖ୍ୟା ବୃଦ୍ଧି ର ପ୍ରତ୍ୟକ୍ଷ ଦୁଷ୍ପ୍ରଭାଵ ଅନୁଭୂତ ହେଉଛି। ଜନକଲ୍ୟାଣକାରୀ ସରକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଚାଇବା ସହିତ ଏତେ ବଡ଼ ବିଶାଳ ଜନସମୁଦ୍ର କୁ ସାଧନ ଓ ସମ୍ବଳ ଜୁଟେଇବା ଯେକୌଣସି ସରକାରଙ୍କ ପକ୍ଷରେ ଦୁଷ୍କର ହୋଇ ପଡୁଛି ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ଵର୍ଗର ଲୋକ ଜନସଂଖ୍ୟା ବୃଦ୍ଧି କୁ ଜେହାଦୀ ମନୋବୃତ୍ତିରେ ଯୁଦ୍ଧରେ ଆୟୁଧ ଭଳି ବ୍ୟବହାର ଅତ୍ୟନ୍ତ ଚିନ୍ତା ଓ ଉଦବେଗ ଜନକ ଅଟେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମ କୁ ଶ୍ରୀ ମୋହନ ଭୋଇ,ଶ୍ରୀ ଜନକ ନାଏକ,ଶ୍ରୀ କେଦାର ଜଗତ,ଶ୍ରୀ କୋଦଣ୍ଡ ରାଉତରାୟ ଙ୍କ ସହିତ ଅନେକ ଲୋକ ଯୋଗ ଦେଇଥିଲେ l ଶେଷରେ ଫାଉଣ୍ଡେସନ ର ରାଜ୍ୟ ସଂଯୋଜକ ଶ୍ରୀ ଯଦୁମଣି ପାଣିଗ୍ରାହୀ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।(ରିର୍ପୋଟ:ଶାମ୍ବ କୁମାର ସରାଫ)