ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ମହାନ୍ ସ୍ଵାଧୀନତା ସଂଗ୍ରାମୀ, ତଥା ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ରାଜର୍ଷୀ ନବକୃଷ୍ଣ ଚୌଧୁରୀ ଙ୍କ ଆଜି ୧୨୧ ତମ ଜୟନ୍ତୀ। ଓଡ଼ିଶା ବିଧାନ ସଭା ସଦନ ସମ୍ମୁଖରେ ପ୍ରତିଷ୍ଠିତ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ନିଜର ଶ୍ରଦ୍ଧାବଚନାର୍ପଣ ରେ କହିଥିଲେ ଯେ ବିଶ୍ବ କ୍ଷମତା ରାଜନୀତିରେ ପୂଣ୍ୟ ଶ୍ଲୋକ ନବକୃଷ୍ଣ ଚୌଧୁରୀ ଜଣେ ବିସ୍ମୟ ପ୍ରତିଭା, ସର୍ବାଧିକ ଜନପ୍ରିୟ ଜନନେତା । ଦେଶର ମୁକ୍ତି ସଂଗ୍ରାମରେ ସମସ୍ତ ସ୍ଥାବର,ଅସ୍ଥାବର ସମ୍ପତ୍ତି ଦାନ କରି ସପରିବାର ସ୍ବାଧୀନତା ସଂଗ୍ରାମ ରେ ଝାସ ଦେଇଥିଲେ। ସେ ଓଡ଼ିଶାରେ ଜଣେ ଏମିତି ମୁଖ୍ୟମନ୍ତ୍ରୀ ଥିଲେ ଯେ ନୟାଗଡ଼ ଗଲାବେଳେ ରାସ୍ତାରେ ଓହ୍ଲାଇ ଗାଁ ଲୋକଙ୍କ ସହ ମିଶି ପୋଖରୀରୁ ଦଳ ସଫା କରୁଥିଲେ। ତାଙ୍କର ଏହି ଜୟନ୍ତୀ କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ରମେଶ ପାତଳାସିଂହ, ବିଜୟ ପରିଡା, ମୁରଲୀଧର ,ଗୀରିଶ ମିଶ୍ର,ତନ୍ମୟ ସାମନ୍ତରାୟ ପ୍ରମୁଖ ସେମାନଙ୍କ ଶ୍ରଦ୍ଧାବଚନାର୍ପଣ ରେ ନବକୃଷ୍ଣ ଚୌଧୁରୀ ଙ୍କ ବହୁମୁଖି ଅବଦାନ ର ସ୍ମତି ଚାରଣ କରିଥିଲେ । ଅଭିଯାନ ର ସଂଯୋଜକ ନାରାୟଣ ଓଝା ଆନୁଷ୍ଠାନିକ ଧନ୍ୟବାଦାର୍ପଣ କରିଥିଲେ ।