ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା :ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଗ୍ରାମର ମାଆ ବାପା ଛେଉଣ୍ଡ ୨୫ ବର୍ଷିଆ ବେସାହାରା ଯୁବତୀ ଲଲିତା ହରପାଲ ନାମକ ଝିଅ ପାଖରେ ପହଞ୍ଚିଲେ ଖଡ଼ିଆଳ ଥାନା ଆଇଆଇସି IIC କୈଳାସ ଚନ୍ଦ୍ର ସେଠୀ । ସୂଚନାମୁତାବକ ରାଣୀପୁର ଗ୍ରାମର ୨୫ ବର୍ଷିଆ ଅସହାୟ ଯୁବତୀ ଲଲିତା ହରପାଲ ଛୋଟ ଥିବାବେଳେ ବାପା ମାଆ ଅଜଣା ରୋଗରେ ପୀଡିତ ହୋଇ ଲଲିତା କୁ ଏକାଛାଡି ଆରପାରିକୁ ଚାଲିଯାଇଥିଲେ । ସେହିଦିନ ଠାରୁ ଦୀର୍ଘ ୨୨ ବର୍ଷକାଳ ହେବ ଲଲିତା ଏକୁଟିଆ ଦୁଃଖ କଷ୍ଟର ଜୀବନ ଯାପନ କରୁଛନ୍ତି । ଲଲିତାଙ୍କ ଏକମାତ୍ର ଭାଇ ଥିବାବେଳେ ଭାଇ ମାନସିକ ରୋଗୀ ବୋଲି ଜଣାପଡିଛି । ସେପୁଣି ରାଜ୍ୟ ବାହାରେ ଦାଦନ ଖଟୁଛି । ଲଲିତା ଭଙ୍ଗା ଦଦରା କୁଡ଼ିଆ ଘରେ ପଡିରହିଥିବା ବେଳେ ଦିନରେ ଖରା ଓ ରାତ୍ରୀରେ ତାରା ଦେଖିବା ଭଲି ଭଙ୍ଗା ଦଦରା ଘରେ ଦିନ କାଟୁଛି l ସରକାରୀ ଯୋଜନା ଲଲିତାଙ୍କ ପାଇଁ ବାଟବଣା ସାଜିଥିବା ବେଲେ , ଲଲିତା ବେଳେ ଖାଇଲେ ବେଳେ ଉପବାସ ରହୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଖବର ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ଖଡ଼ିଆଳ ଥାନା ଆଇଆଇସି ଙ୍କ ନଜର କୁ ଆସିଥିଲା। ଏହାପରେ ସେ ହଠାତ୍ ସହିନପାରି ଲଲିତାଙ୍କ ପାଖକୁ ଯାଇ ପହଞ୍ଚି ଦୁଃଖ କଥା ବୁଝିଥିଲେ ଏବଂ ଗୋଟିଏ ମାସର ରାସନ ସାମଗ୍ରୀ ସହ,ଶୀତ କାକର ରୁ ରକ୍ଷା ପାଇଁ କମ୍ବଳ ସହ କିଛି ସହାୟତା ପ୍ରଦାନ କରିଛନ୍ତି । ଆଇଆଇସି ଙ୍କ ଏଭଳି ମନୋଭାବ କୁ ରାଣୀପୁର ଗ୍ରାମବାସୀ ବହୁତ ପ୍ରଶଂସା କରିବା ସହ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି ।(ରିପୋଟର:ଶାମ୍ବ କୁମାର ସରାଫ)