ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବାୟୁ ରେ ପ୍ରଦୁଷଣର ମାତ୍ରା ଏତେ ଅଧିକ ଯେ ଏଥିରେ ନିଶ୍ବରସ ନେବାରେ କଷ୍ଟ ହୋଇ ଯାଉଛି। ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ଅତି କ୍ଷତିକାରକ ହେବାରେ ଲାଗିଛି। ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ସମସ୍ତ ସ୍କୁଲ କଲେଜ ୧ ସପ୍ତାହ ଯାଏଁ ବନ୍ଦ କରାଯାଇଥିଲା । ତେବେ ବର୍ତ୍ତମାନସୁଦ୍ଧା ସ୍ଥିତି ସୁଧୁରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜଧାନୀରେ ସବୁ ସ୍କୁଲ ବନ୍ଦ ରଖିବାକୁ ଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ତେବେ ଯେଉଁ ସ୍କୁଲରେ ବୋର୍ଡ ପରୀକ୍ଷା ଜାରି ରହିଛି ସେଠାରେ କେବଳ ବୋର୍ଡ ପରୀକ୍ଷା ପାଇଁ ସ୍କୁଲ ଖୋଲାଯାଇପାରିବ । ସ୍କୁଲ ବନ୍ଦ ଥିବା ସମୟରେ ଛାତ୍ରଛାତ୍ରୀ ଅନ୍ଲାଇନ ଶିକ୍ଷାଗ୍ରହଣ କରିପାରିବେ ପୁଣି ଅନଲାଇନ ପାଠ ପଢ଼ାକୁ ଗୁରୁତ୍ବ ଦିଆଯାଉଛି । ଗତ ନଭେମ୍ବର ୧୩ରେ ଦିଲ୍ଲୀ ସରକାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୋମବାରଠାରୁ ଦିଲ୍ଲୀରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ତେବେ ପ୍ରଦୂଷଣ କମିବା ପରେ ସ୍ଥିତିକୁ ନଜରରେ ରଖି ସ୍କୁଲ ପୁଣିଥରେ ଖୋଲିବା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।