ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ହେରିଟେଜ ରାଇଡରେ ସାମିଲ ହେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ। ଏଥିସହ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି । ନୀଳାଦ୍ରି ବେଳାଭୂମିରୁ ସୁଖଲତା ସ୍ମୃତି ସରକାରୀ ଉଚ୍ଚବିଦ୍ୟାଳୟ ୩୪ ଜଣ ଛାତ୍ରଛାତ୍ରୀ ପ୍ରଥମେ ପୌରସଂସ୍ଥାରେ ପହଞ୍ଚିଥିଲେ ଓ ସେଠାରେ ସେମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଅବଗତ କରାଯାଇଥିଲା । ଏହାପରେ ସେମାନେ କବୀର ଚୌରା, ଶଙ୍କରାଚାର୍ଯ୍ୟ ମଠ, ବାଉଳି ମଠ, କରାଳ ଆଶ୍ରମ ଓ ତୋଟା ଗୋପିନାଥ ଆଦି ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ । ଗାଇଡ ଶ୍ରୀ ସିଦ୍ଧାର୍ଥ ଆଚାର୍ଯ୍ୟ ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ଓ ଇକୋ ଟ୍ୟୁରିଜିମ ଫାଉଣ୍ତେସନ ସହଯୋଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଇକୋ ଟ୍ୟୁରିଜିମ କ୍ଲବର ସୁଶ୍ରୀ ମଞ୍ଜୁଶ୍ରୀ ସେନ, ଶ୍ରୀ ଶାନ୍ତିରଞ୍ଜନ ମିଶ୍ର, ଶ୍ରୀ ସତ୍ୟବ୍ରତ ସାହୁ, ଶ୍ରୀ ନଟବର ସାହୁ, ବେୟାରଫୁଟ ଅନୁଷ୍ଠାନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।।(ରିର୍ପୋଟ: ଶଙ୍କର ସରକାର)