ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ଅହେତୁକ ଦରଦାମ ବୃଦ୍ଧି ଆଉ ସହ୍ୟ କରିହେବ ନାହିଁ। କେନ୍ଦ୍ରର ମନ୍ମାନିକୁ ପ୍ରତିବାଦ କରି ଆଜି ଠାରୁ ୩ଦିନ ଧରି ବିକ୍ଷୋଭ କରିବ ବିଜେଡି । ଏଥିପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ । ଆଜିଠାରୁ ଆର୍ଡିସି ଓ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଦର ନିୟନ୍ତ୍ରଣ ହେବା ଯାଏ ପୁରପଲ୍ଲୀରେ ବିଜେଡି ଆନ୍ଦୋଳନ ଜାରି ରଖିଛି । ଲୋକଙ୍କୁ ଅଚ୍ଛେ ଦିନ୍ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକୁଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରର ଉଜ୍ବଳା ଯୋଜନା ଫେଲ ମାରିଛି ବୋଲି କହୁଛି ବିଜେଡି । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି। ୩ବର୍ଷ ତଳେ ଗ୍ୟାସ ଦର ୫୪୯ ଟଙ୍କା ଥିଲା । ତେବେ କେନ୍ଦ୍ରର ଏହି ବିଫଳତା ପାଇଁ ବିକ୍ଷୋଭ କରୁଛି ବିଜେଡି। ଆଜି ଓଡିଶାର ସବୁ ଜିଲ୍ଲାରେ ବିଜେଡି ପକ୍ଷରୁ ଆନ୍ଦୋଳନ ହେଉଥିବାର ଦେଖିବାକୁ ମିଳିଛି।
ଲୋକଙ୍କୁ ଅଚ୍ଛେ ଦିନ୍ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକୁଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରର ଉଜ୍ବଳା ଯୋଜନା ଫେଲ ମାରିଛି ବୋଲି କହୁଛି ବିଜେଡି । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି।