ସନଷ୍ଟାର ଟିଭି ବ୍ୟୁରୋ

ଗାଜିଆବାଦ: ଭାରତ କିସାନ ୟୁନିଅନ (ବି.କେ.ୟୁ) ନେତା ରାକେଶ ଟିକାଇଟ ଶୁକ୍ରବାର ଦିନ କହିଛନ୍ତି ଯେ ସଂସଦରେ ବିବାଦୀୟ ଆଇନ ପ୍ରତ୍ୟାହାର ପରେ ହିଁ ଚାଷ ବିରୋଧୀ ଆଇନ ବିରୋଧ ପ୍ରତ୍ୟାହାର ବୋଲି ଧରାଯିବ। ଏଥିସହ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପ୍ରସଙ୍ଗରେ ସରକାର ଚାଷୀଙ୍କ ସହ ଆଲୋଚନା କରିବା ଉଚିତ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ନଭେମ୍ବର ୨୬ ତାରିଖରୁ କୃଷକଙ୍କ ବିରୋଧର କେନ୍ଦ୍ରରେ ଥିବା ତିନିଟି ଚାଷ ଆଇନକୁ ରଦ୍ଦ କରିବାକୁ ଘୋଷଣା କରିବା ପରେ ବି.କେ.ୟୁ ଜାତୀୟ ମୁଖପାତ୍ର ଏହା କହିଛନ୍ତି। ଏହି ପ୍ରତିବାଦ ତୁରନ୍ତ ପ୍ରତ୍ୟାହାର କରାଯିବ ନାହିଁ, ଯେଉଁ ଦିନ ଯାଏଁ ସଂସଦରେ ଚାଷ ଆଇନ ପ୍ରତ୍ୟାହାର କରାଯାଉ ନାହିଁ। ଏମଏସପି ସହିତ ସରକାର ଚାଷୀଙ୍କ ସହ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବା ଉଚିତ ବୋଲି ଶ୍ରୀ ଟିକାଇଟ ଟ୍ୱିଟ କରିଛନ୍ତି।