ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଯୁକ୍ତ ତିନି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଛାତ୍ରଛାତ୍ରୀ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟାରୁ ୨୮ ତାରିଖ ରାତି ୧୧ଟା ୪୫ ଯାଏ ସାମ୍ଫ ପୋର୍ଟାଲ ମଧ୍ୟମରେ ଆବେଦନ କରିବେ । ଡିସେମ୍ବର ୩ ଅପରାହ୍ନ ୨ଟାରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୩ ତାରିଖ ଅପରାହ୍ନ ୫ଟା ରୁ ୬ ତାରିଖ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫି ଦାଖଲ କରିବେ । ଡିସେମ୍ବର ୪ରୁ ୭ ତାରିଖ ମଧ୍ୟରେ ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ । ସେହିପରି ୧୦ ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ୧୦ରୁ ୧୩ ତାରିଖ ମଧ୍ୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଫି ଦାଖଲ କରିବାକୁ ଥିବାବେଳେ ୧୧ରୁ ୧୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରିପୋର୍ଟି କରିବେ।୧୭ ତାରିଖ ଅପରାହ୍ନ ୨ଟାରେ ଖାଲିଥିବା ସିଟ୍ ସମ୍ପର୍କରେ ଚୂଡ଼ାନ୍ତ ତାଲିକା ସାମ୍ବ ପୋର୍ଟାଲରେ ଅପଡେଟ୍ କରାଯିବ । ତେବେ ଡିସେମ୍ବର ୧୮ରୁ ଖାଲିଥିବା ସିଟ୍ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ନାମଲେଖା ପ୍ରକ୍ରିୟା ଡିସେମ୍ବର ୨୩ରେ ସାରିବାକୁ ନିର୍ଦ୍ଧାରିତ ହୋଇଥିବାବେଳେ ୨୪ ତାରିଖ ଅପରାହ୍ନ ୫ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଅପଡେଟ୍ କରାଯିବ । ସୂଚନାଯୋଗ୍ୟ + ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ରାଜ୍ୟର ୧୦୨୪ ଡିଗ୍ରୀ କଲେଜରେ ଆହୁରି ୮୬ ହଜାର ୨୩୩ଟି ସିଟ୍ ବଳକା ରହିଛି ।
କଳା ବିଭାଗରେ ୩୭ ହଜାର ୪୭୫ଟି ସିଟ୍ ବଳକା ଥିବାବେଳେ ଫିଜିକାଲ୍ ସାଇନ୍ସରେ ୧୯ ହଜାର ୧୬୧ , ବାୟୋଲୋଜିକାଲ୍ ସାଇନ୍ସରେ