ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ରାଜ୍ୟରେ ତାପମାତ୍ରା କମିଥିବା ବେଳେ ଏବେ ଆସୁଛି ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା କମିବ।ଦକ୍ଷିଣ – ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଆଜି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି , କୋରାପୁଟ , ରାୟଗଡା , କନ୍ଧମାଳ , ଗଜପତି , ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆକଳନ ଅନୁଯାୟୀ ୨୦ରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ପରିମାଣ ବଢ଼ିପାରେ । ମାଲକାନଗିରି , କୋରାପୁଟ , ରାୟଗଡ଼ା ଏବଂ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବର୍ଷା ପାଇଁ ରାଜ୍ୟରେ ତାପମାତ୍ରାରେ ପରିବର୍ତ୍ତନ ଆସିପାରେ। ପାଗ କୋହଲା ରହିବା ଦ୍ଵାରା ରାତି ତାପମାତ୍ରା ବୃଦ୍ଧି ପାଇଛି । କିଛି କିଛି ସ୍ଥାନରେ ପାରଦ ଖସିବା ସହ ଜାଡ ବଢ଼ିବ।