ସନଷ୍ଟାର ଟିଭି ବ୍ୟୁରୋ
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ସବ୍-କଲେକ୍ଟର ଶ୍ରୀ ରମେଶ ପ୍ରସାଦ ନାଗ। ସୋନପୁରର ଉପଜିଲ୍ଲାପାଳଙ୍କ ଘରେ ଛାନ୍ନଭିନ କରୁଛି ଭିଜିଲାନ୍ସ। ଏହାସହ ଠୁଳଠୁଳ ସମ୍ପତ୍ତି ମଧ୍ୟ ଜବତ କରିଛି। ରେଡ ସମୟରେ ଜବତ ହୋଇଛି ଉପଜିଲ୍ଲାପାଳଙ୍କର ଅଜସ୍ର ସମ୍ପତ୍ତି। ତିନି ମହଲା ବିଲ୍ଡିଙ୍ଗ, ଗୋଟିଏ ଚାରି ଚକିଆ ଯାନ, ଦୁଇଟି ଦୁଇଟି ଚକିଆ ଯାନ,ନଗଦ ୫୦୦୦ଟଙ୍କା ଏବଂ ଅନେକ କାଗଜ ପତ୍ର ଜବତ ହୋଇଛି। ଏକକାଳୀନ ସୁବର୍ଣ୍ଣପୁର ଜିଲ୍ଲାର ୩ଟି ସ୍ଥାନରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢ଼ାଉ ହୋଇଛି।ବର୍ତ୍ତମାନ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି। ଗୋଟିଏ ସ୍ବତନ୍ତ୍ର ଯେଉଁଥିରେ ୨ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରଖି ଅନୁସନ୍ଧାନ କରାଯାଉଛି।