ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଧାନ କିଣାରେ ସ୍ୱଚ୍ଛତା ଆଣିବା ସହ ଦଲାଲ୍ ମାନଙ୍କ କବଳରୁ ଚାଷୀ ମାନଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରୟାସ କରୁଛନ୍ତି। ଚାଷୀ ମାନଙ୍କ ସମସ୍ୟା ର ସମାଧାନ ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ଦ୍ବାରା 1967 IVRS ଟୋଲ୍ ପ୍ରି ନମ୍ବର ସହ ଏକ application ଯୋଗାଣ ବିଭାଗ ଠାରେ ଉନ୍ମୋଚନ କରାଯାଇଛି। ଏହାଦ୍ବାରା ପ୍ରକୃତ ଚାଷୀ ମାନଙ୍କୁ ଟୁକନ୍ ମାଧ୍ୟମରେ ଓ ଟେକ୍ନୋଲୋଜି ସହଯୋଗରେ କିପରି ସରକାରି ସହଯୋଗ ଯୋଗାଇଦିଆଯିବ ସେଥିପାଇଁ ସରକାର ସବୁବେଳେ ପ୍ରାୟାସ ଜାରି ରଖିଛନ୍ତି । 5T ମାଧ୍ୟମରେ କିପରି ସ୍ୱଚ୍ଛତା ଅଣାଯିବ ତାସହ ଯୋଜନା ଗୁଡିକ କିପରି ଲୋକାଭିମୁଖୀଓଜନାଭିମୁଖି ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାୟାସ କରୁଛନ୍ତି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସୂଚନା ଦେଇଥିଲେ। ଆଜି ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟର ପରିସରରେ ଆଇଭିଆର୍ଏସ୍ ବ୍ୟବସ୍ଥାର ଶୁଭ ଲୋକାର୍ପଣ କରିବା ଅବସରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ପି – ପାସ୍ ଓ ଆଗୁଆ ଟୋକେନ ମାଧ୍ୟମରେ ଧାନକିଣାର ବ୍ୟବସ୍ଥା ଚାଷୀମାନଙ୍କ ଦ୍ଵାରା ଆଦୃତ ହୋଇଛି । ଫଳସ୍ଵରୂପ ଗତ ଖରିଫ ଧାନ ବିକ୍ରି ନିମନ୍ତେ ଚାଷୀ ନାମ ପଂଜୀକରଣ ଅପେକ୍ଷା ଚଳିତ ଖରିଫରେ ଚାଷୀ ପଂଜୀକରଣ ୫ ପ୍ରତିଶତ ଅଧିକ ହୋଇପାରିଛି । ଚାଷୀମାନେ ଯେପରି ସୁବିଧାରେ ଓ ସହଜରେ ସେମାନଙ୍କ ଧାନ ବିକ୍ରି କରି ସ୍ଥିରୀକୃତ ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ ସେଥି ନିମନ୍ତେ ବିଭାଗ ପକ୍ଷରୁ ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରଚଳନ ଉପରେ ସର୍ବଦା ଗୁରୁତ୍ୱ ପ୍ରଦାନ କରାଯାଇଛି । ଆଇଭିଆର୍ଏସ୍ ପ୍ରଚଳନ ଓ ଏହାର କାର୍ଯ୍ୟକାରିତା ସଂପର୍କରେ ଚାଷୀମାନଙ୍କୁ ବ୍ୟାପକ ସଚେତନ କରାଇବା ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିବା ସହିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବ୍ୟବସ୍ଥାରେ ପଂଜୀକୃତ ଚାଷୀ ସେମାନଙ୍କ ଦ୍ଵାରା ପଂଜୀକୃତ ମୋବାଇଲ୍ ନମ୍ବର ଦ୍ଵାରା ଟୋଲ୍ ଫ୍ରି ନମ୍ବର ‘ ୧୯୬୭’କୁ ଫୋନ କଲେ ସ୍ଵୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । କଲ୍ ଗୃହୀତ ହେବା ପରେ ‘ ୫ ’ ଡାଏଲ୍ କଲେ ଚାଷୀଙ୍କ ଯାଞ୍ଚ କରାଯାଇଥିବା ଜମିର ପରିମାଣ ‘ ୬ ’ ଡାଏଲ୍ କଲେ ବିକ୍ରିଯୋଗ୍ୟ ଧାନର ପରିମାଣର ତଥ୍ୟ ଏବଂ ‘ ୭ ’ ଡାଏଲ୍ କଲେ ଧାନ ବିକ୍ରି ବାବଦ ଅର୍ଥ ପ୍ରଦାନ ସଂପର୍କରେ ସଙ୍ଗେ ସଙ୍ଗେ ସ୍ଵୟଂକ୍ରିୟ ଭଏସ୍ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ଦ୍ଵାରା ଚାଷୀ ଘରେ ବସି ଧାନବିକ୍ରି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ ।Tecnology ମାଧ୍ଯମରେ ଟୋଲ୍ ଫ୍ରୀ ନମ୍ବର ଦ୍ଵାରା ଚାଷୀ ମାନେ କିପରି ତାଙ୍କ ସମସ୍ୟାର ସମାଧାନ ହୋଇପାରିବ ସେଥିପାଇଁ ଯୋଗାଣ ବିଭାଗରେ ଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।
ଚାଷୀ ଧାନବିକ୍ରି ନିମନ୍ତେ ନାମ ପଞ୍ଜୀକରଣ ସମୟରେ ପଞ୍ଜୀକୃତ କରିଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ହିଁ ଏହି ସୁବିଧାପ୍ରାପ୍ତ ହୋଇପାରିବେ । ଅନ୍ୟ ନମ୍ବରରେ ଏହି ସୁବିଧା ମିଳିବ ନାହିଁ । ଆଇଭିଆର୍ଏସ୍ ବ୍ୟବସ୍ଥା ଯେପରି ସୂଚାରୁ ରୂପେ କାର୍ଯ୍ୟକ୍ଷମ ହେବ ଏବଂ ଏହାର ସୁଫଳ ଚାଷୀମାନେ ପାଇପାରିବେ ସେଥିନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଏହି ପ୍ରକ୍ରିୟାର ନିୟମିତ ନିରୀକ୍ଷଣ କରାଯିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଅବସରରେ ବୈଷୟିକ ଟିମ୍ ଦ୍ଵାରା ଆଇଭିଆର୍ଏସ୍ର କାର୍ଯ୍ୟକାରିତା ସଂପର୍କରେ ପ୍ରଦର୍ଶନ କରାଯାଇଛି । ଲୋକାର୍ପଣ ଉତ୍ସବ ପରେ ମନ୍ତ୍ରୀ ନିଗମ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କଲ୍ ସେଣ୍ଟର ପରିଦର୍ଶନ କରିବା ସହିତ କାର୍ଯ୍ୟରତ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଉତ୍ସବରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ଵଜିତ କେଶରୀ ଦାସ ଆଇଭିଆର୍ଏସ୍ ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ରାଜେନ୍ଦ୍ର ମିଶ୍ର ବିଭାଗ ପକ୍ଷରୁ ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଛନ୍ତି । କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ , ଡିଆର୍ସିଏସ୍ ଓ ଏଆର୍ସିଏସ୍ମାନେ ଭିସିରେ ଯୋଗଦେଇଥିଲେ।(ରିର୍ପୋଟ:ଆଶିଷ କୁମାର ରାଉତ)