ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଚାଇଲ୍ଡ ଇଣ୍ଡିଆ ଫାଉନ୍ଡେସନ (Child India Foundation) ତରଫରୁ ନଭେମ୍ବର ୧୪ ରୁ ନଭେମ୍ବର ୨୧ ଏକ ସପ୍ତାହ ପର୍ଯ୍ୟନ୍ତ child line Dosti କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମୁଖ୍ୟ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଙ୍କ କାର୍ଯ୍ୟାଳୟ ଠାରେ ଶିଶୁ ମାନେ ଫ୍ରେନ୍ଡସିପ ବ୍ୟାଣ୍ଡ (friendship band) ବାନ୍ଧି ସୁରକ୍ଷା ପାଇବାର ପ୍ରତିଶୁତି ସହ ବନ୍ଧୁତା କରିଥିଲେ।
ଏହିଭଳି ସଚେତନତା କାର୍ଯ୍ୟକ୍ରମରେ ଜନ୍ମ ରୁ ୧୮ ବର୍ଷ ପିଲାମାନଙ୍କର ସୁରକ୍ଷା ପାଇଁ ପୋଲିସ୍ ଷ୍ଟେସନ୍ , ODCPCR , CWC ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅଫିସ୍ ର ଅଧିକାରୀ ମାନଙ୍କୁ ଶିଶୁ ମାନେ friendship band ବାନ୍ଧି ବନ୍ଧୁତା କରନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଶିଶୁ ମାନଙ୍କୁ ବିପଦ ସମୟରେ ସୁରକ୍ଷା ଦେବା ପାଇଁ ସହ ବନ୍ଧୁତା କରିବା ।।(ରିର୍ପୋଟ:ଆଶିଷ କୁମାର ରାଉତ)